ଡ଼ରାଇଲାଣି ବାର୍ଡ ଫ୍ଲୁ , ସଂକ୍ରମିତ ଅଂଚଳରେ କୁକୁଡ଼ା ମରା ଅଭିଯାନ ଜୋରଦାର

ପିପିଲି ଓ ସତ୍ୟବାଦୀରେ ବାର୍ଡ ଫ୍ଲୁ ଘଟଣା ସମଗ୍ର ରାଜ୍ୟରେ ଚିନ୍ତା ବଢ଼ାଇଛି। ସଂକ୍ରମିତ ଅଂଚଳରେ କୁକୁଡ଼ା ମରା ଅଭିଯାନ ଜୋରଦାର କରାଯାଉଥିବା ବେଳେ । ବର୍ତମାନ ସୁଦ୍ଧା ୨୮ହଜାର କୁକୁଡା  ମରା ସରିଲାଣି।ସେପଟେ  ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ କହିଛନ୍ତି କିଭଳି ବାର୍ଡ ଫ୍ଲୁ ଅଧିକ ନ ବ୍ୟାପିବ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଚାଷୀ ମାନଙ୍କ କ୍ଷତି ପୂରଣ ବାବଦରେ ଛୋଟ କୁକୁଡ଼ାକୁ 20 ଟଙ୍କା ବଡ଼ କୁକୁଡ଼ାକୁ 70 ଟଙ୍କା ଦେବାକୁ ଯୋଜନା କରୁଛି ବିଭାଗ।ଅନ୍ୟପଟେ ପୁରୀ ମଙ୍ଗଳପୁରରେ ଜଣେ ବ୍ୟକ୍ତିଙ୍କ ଠାରେ ବାର୍ଡ ଫ୍ଲୁ ର ଆଶଙ୍କା ପ୍ରକାଶ ପାଇଥିବା ବେଳେ ରିପୋର୍ଟ କୁ ଅପେକ୍ଷା ରହିଥିବା କହିଛନ୍ତି ଜନସ୍ବାସ୍ଯ୍ୟ ନିର୍ଦ୍ଦେଶକ।

ପିପିଲି ସତ୍ୟବାଦୀରେ ବ୍ୟାପୁଥିବା ବାର୍ଡ ଫ୍ଲୁ କିଭଳି ରୋକାଯାଇ ପାରିବ ସେନେଇ ଜୋରଦାର ପ୍ରଚେଷ୍ଟା ଚାଲିଛି।୪ ଦିନରେ ୨୮ ହଜାର କୁକୁଡାଙ୍କୁ ମରା ଗଲାଣି। ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ମାରିବା ଓ ଫାର୍ମ କୁ ଦୈନନ୍ଦିନ ସଫେଇ କରିବା ସହିତ ସାନିଟାଇଜ ମଧ୍ୟ କରାଯାଉଛି।ଏପରିକି ପିପିଲି ସଂକ୍ରମିତ ଅଂଚଳରେ ସଚେତନତା ର ବାର୍ତ୍ତା ବାଣ୍ଟୁଛନ୍ତି   ଆଶା କର୍ମୀ । ସ୍ବାସ୍ଥ୍ୟ ବିଭାଗ ଟିମ ଏବଂ ଆଶାକର୍ମୀ ଫାର୍ମ  ଗୁଡିକୁ ଚିହ୍ନଟ କରି ଲୋକଙ୍କୁ ସଚେତନ କରାଉଛନ୍ତି।ବାର୍ଡଫ୍ଲୁ ବ୍ୟାପୁଥିବା ଅଂଚଳର ଲୋକ ଚିକେନ ନ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।ସେପଟେ  ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ କହିଛନ୍ତି କିଭଳି ବାର୍ଡ ଫ୍ଲୁ ଅଧିକ ନ ବ୍ୟାପିବ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଚାଷୀ ମାନଙ୍କ କ୍ଷତି ପୂରଣ ବାବଦରେ ଛୋଟ କୁକୁଡ଼ାକୁ 20 ଟଙ୍କା ବଡ଼ କୁକୁଡ଼ାକୁ 70 ଟଙ୍କା ଦେବାକୁ ଯୋଜନା କରୁଛି ବିଭାଗ।ବାର୍ଡ଼ ଫ୍ଲୁ ପଜିଟିଭ ହୋଇଥିବା ଅଂଚଳରେ, କୁକୁଡ଼ା ନେବା ଆଣିବା, ବ୍ୟବହାର ହେଉଥିବା ଗାଡି ଓ କୁକୁଡ଼ା ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ସେପଟେ ପୁରୀ ମଙ୍ଗଳପୁରରେ ଜଣେ ବ୍ୟକ୍ତିଙ୍କ ଠାରେ ବାର୍ଡ ଫ୍ଲୁ ର ଆଶଙ୍କା ପ୍ରକାଶ ପାଇଛି। ତାଙ୍କ ରକ୍ତ ନମୁନା ଓ ସ୍ବାବ ପରୀକ୍ଷା ପାଇଁ  ଭୋପାଳ ଯାଇଛି । ଯାଇଥିବା ରକ୍ତ ନମୁନା ର ରିପୋର୍ଟ  ଏ  ପର୍ଯ୍ୟନ୍ତ ହସ୍ତଗତ ହୋଇ ନଥିବା କହିଛନ୍ତି ମେଡ଼ିକାଲ ଅଫିସର।ତେବେ ମଣିଷ ଶରୀରରେ ବାର୍ଡ ଫ୍ଲୁ  ନେଇ ଆତଙ୍କିତ ନ ହେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।ସେହିଭଳି  ମଣିଷ ଶରୀରକୁ  ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା କଥାକୁ ଖଣ୍ଡନ କରିଛନ୍ତି  ପୁରୀ ସିଡିଏମଓ ରୂପଭାନୁ ମିଶ୍ର। ସେ କହିଛନ୍ତି ରିପୋର୍ଟ ଆସିବା ପରେ ସ୍ପଷ୍ଟ ସୂଚନା ମିଳିବ।

ବାର୍ଡ ଫ୍ଲୁ କୁକୁଡା ଚାଷୀଙ୍କ ଚିନ୍ତା ବଢାଉଥିବା ବେଳେ ସଂକ୍ରମଣ ରୋକିବା ଦିଗରେ ବି ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ।ଅନ୍ୟପଟେ ଭୟଭିତ ନ ହେବା ପରାମର୍ଶ ଦେବା ସହ ବାର୍ଡଫ୍ଲୁ ବ୍ୟାପୁଥିବା ଅଂଚଳର ଲୋକ ଚିକେନ ନ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।ପୁରୀରୁ ପ୍ରିତିଶ ମହାନ୍ତି ଓ ପିପିଲିରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *