କେରଳ ୱାଏନାଡ଼ା ରେ ହୋଇଥିବା ଭୁସ୍ଖଳନରେ ବ୍ରହ୍ମପୁର ପୋଲିସ ର ଷ୍ଟ୍ରୋମ କୁକୁର ମାଟି ତଳୁ ୧୨ ଗୋଟି ଶବ ବାହାର କରିବାରେ ସଫଳ ହୋଇଛି।
ବ୍ରହ୍ମପୁରକେରଳର ଓ୍ବାୟିନାଡ଼ ଠାରେ ହୋଇଥିବା ଭୁସ୍ଖଳନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ବ୍ରହ୍ମପୁର ପୋଲିସର ସନ୍ଧାନୀ ଓ ଉଦ୍ଧାରକାରୀ କୁକୁର ଷ୍ଟ୍ରୋମ ଗତ ୪ ତାରିଖରେ କେରଳ ଗସ୍ତ କରିଥିଲା । କେରଳରେ ପହଞ୍ଚିବା ପରେ ମାଟି ତଳେ ଫଶି ରହିଥିବା ଲୋକଙ୍କୁ ଚିହ୍ନଟ କରିବା ନିମନ୍ତେ କାର୍ଯ୍ୟ କରିଛି । ୭ ଦିନ ମଧ୍ୟରେ ୧୨ଟି ମୃତଦେହକୁ ଚିହ୍ନଟ କରିବାରେ ସଫଳ ହୋଇଛି ଷ୍ଟ୍ରୋମ । ଓଡ଼ିଶାରେ ଷ୍ଟ୍ରୋମ କେବଳ ଗୋଟିଏ ମାତ୍ର କୁକୁର ଯିଏକି ଉଦ୍ଧାର କାର୍ଯ୍ୟ ସହ ସନ୍ଧାନ କରିବାରେ ସକ୍ଷମ । ତେଣୁ ଏଭଳି କୁକୁରର ଆବଶ୍ୟକତା ଅଧିକ ରହିଥିବା ଯୋଗୁଁ ଏଭଳି ତାଲିମପ୍ରାପ୍ତ କୁକୁରଙ୍କ ସଂଖ୍ୟା ବୃଦ୍ଧି କରାଯିବା ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସ୍ପି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now