ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଆଜି ଏନେଇ ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପୁରୁଣା କାର୍ଡରେ ଇ-କେୱାଇସି ଯାଞ୍ଚ ଅଗଷ୍ଟ ୨୨ରୁ ଆରମ୍ଭ ହୋଇଥିବା ବେଳେ ନୂଆ କାର୍ଡ ଆବେଦନ ମଧ୍ୟ ଜାରି ରହିଛି। ନୂଆ ରାସନକାର୍ଡ ପାଇଁ ଏବେ ସୁଦ୍ଧା ୧୦ଲକ୍ଷ ଲୋକ ଆବେଦନ କରିଛନ୍ତି। ଏହାସହିତ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୪୪ଲକ୍ଷ ୩୭ହଜାର ଲୋକଙ୍କର ଇ-କେୱାଇସି ଅପଡେଟ ସରିଥିବା ବେଳେ ଅନ୍ୟମାନଙ୍କ ଯାଞ୍ଚ ଚାଲିଛି। ସୂଚନା ଅନୁସାରେ ୧୦ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ଅପେକ୍ଷାରେ ରହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now