ଆମେ ନକ୍ସଲ ହେବୁ

Spread the love

କେନ୍ଦୁଝର: ଆମେ ନକ୍ସଲ ହେବୁ । AK ୪୭ ଧରି ଆମକୁ ନିର୍ଯ୍ୟାତନା ଦେଉଥିବା ଗାଁ ର ୪୯ ଲୋକ ଙ୍କ ସହିତ ଆମକୁ ନ୍ୟାୟ ଦେବା ପରିବର୍ତ୍ତେ ବର୍ଷ ବର୍ଷ ଧରି ନିର୍ଯ୍ୟାତନା ଦେଇ ଆସୁଥିବା ପୋଲିସ କୁ ମଧ୍ୟ ହତ୍ୟା କରି ରକ୍ତର ନଦୀ ବୁହାଇବୁ ଏବଂ ନିଜେ ଆତ୍ମହତ୍ୟା କରିବୁ । ଇଏ କୈ।ଣସି ନାଟକ କିମ୍ବା ଚଳଚ୍ଚିତ୍ର ର ସଂଳାପ ନୁହଁ । ଇଏ ହେଉଛି ଗାଁ ଲୋକ ଙ୍କ ଦ୍ଵାରା ବାସନ୍ଦ ହୋଇ  ଓ ପୋଲିସ ଠାରୁ ନ୍ୟାୟ ବଦଳରେ ନିର୍ଯାତିତ ଏବଂ ନିଷ୍ପେଷିତ  ହୋଇ ବାର ଦ୍ବାର ଶୁଣ୍ଢିପିଣ୍ଢା ହେଉଥିବା ଦୁଇ ଭାଇଙ୍କ କ୍ରୋଧ ପୂର୍ଣ୍ଣ ଚେତାବନୀ।

ଯୋଡ଼ା ଥାନା ବନେଇକଳା ହୁଡି ସାହି ର ଡି.ବି. ସିଂ ଛକ ଅଞ୍ଚଳ ର ଦୁର୍ଗା ରାମ ଙ୍କର ସଂସାର କହିଲେ ସେ ତାଙ୍କ ସ୍ତ୍ରୀ ଦୁଇ ଝିଅ ଓ ଦୁଇ ପୁଅ । ଛୋଟ ମୋଟ ମୋଚି କାମ କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ବେଶ ହସ ଖୁସିରେ ଚଳୁଥିଲା ।  ହେଲେ ୨୦୧୮ ମସିହା ରେ ତାଙ୍କ ପରିବାର ପ୍ରଥମେ ଗାଁ ଲୋକଙ୍କର ଅକ୍ରୋଶ ର ଶିକାର ହେଲେ । ଦୁର୍ଗା ଙ୍କ ଦୁଇ ପୁଅ ରିକି ରାମ ଓ ଛୋଟୁ ରାମ ଙ୍କର କହିବା ଅନୁସାରେ ଗାଁ ଲୋକେ ପ୍ରଥମେ ୨୦୧୮ ମସିହାରେ ତାଙ୍କ ଘର ସମ୍ମୁଖରେ ଥିବା ଏକ ଟ୍ୟୁବେଲ କୁ ଗାଁ ର ସବର୍ଣ୍ଣ ଲୋକେ ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ କରିଦେଲେ । ଏହାକୁ ନେଇ ରିକି ଓ ଛୋଟୁ ଥାନାରେ ଏତଲା ଦେଲେ ।

ହେଲେ ପୋଲିସ ଗା ଲୋକଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ପୁଣି ଥାନାରେ କାହିକି ଏତଲା ଦେଲେ ବୋଲି ଗାଁ ଲୋକେ ତା-୩/୬/୨୦୨୧ ରେ ତାଙ୍କ ଘରେ ପଶି ପରିବାର ଲୋକଙ୍କୁ ଅସ୍ତ୍ର ରେ ହାଣି ପକାଇଲେ । ପୁଣି ଥାନାରେ ଏତଲା ଦେଲେ ତଥାପି ଫଳ ଘର ଶୂନ ହେଲା ।   ଏବେ ତାଙ୍କ ପରିବାର ଦୁଇ କିଲୋମିଟିର ଦୁରରୁ ପାଣି ଆଣି ଚଳୁଛନ୍ତି । ନ୍ୟାୟ ନ ମିଳିଲେ ଏହି ଦୁଇ ଭାଇ ଙ୍କ ସହ ଦୁଇ ଭଉଣୀ ନକ୍ସଲ ସଂଗଠନ ରେ ଯୋଗ ଦେବେ ଓ ହାତରେ ଏକେ ୪୭ ଧର  ତାଙ୍କ ପରିବାର କୁ ହାଣିବା ସହ ବାରମ୍ଵାର ନିର୍ଯ୍ୟାତନା ଦେଉଥିବା ଗାଁ ର ୪୯ ଜଣ ଲୋକ ଙ୍କୁ ଗୁଳି କରି ହତ୍ୟା କରି ରକ୍ତ ର ନଦୀ ବୁହାଇବେ । ଏପରିକି ନ୍ୟାୟ ବଦଳ ରେ ନିର୍ଯ୍ୟାତନା ଦେଉଥିବା ପୋଲିସ ର ଏସ୍‌ପି ଙ୍କ ଠାରୁ ଆରମ୍ଭ କରି ଏକାଧୀକ ପୋଲିସ ଅଧିକାରୀ ଙ୍କୁ ଏକେ୪୭ ରୁ ଗୁଳି କରି ହତ୍ୟା କରିବା ସହ ନଜେ ଆତ୍ମହତ୍ୟା କରିବୁ ବୋଲି  କ୍ରୋଧ ର ସହ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଏନେଇ ମୁହଁ ଖୋଲିଛନ୍ତି ଅତିରିକ୍ତ ଏସପି ବିରଞ୍ଜି ପ୍ରସାଦ ଦେହୁରୀ । ତାଙ୍କ ଆଭିଯୋଗ ଉପରେ ଏକ କେଶ ହୋଇଛି । ଆଜି ମଧ୍ୟ ମୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଏସଡିପିଓ ଙ୍କୁ କହିଛି ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି…

ତେବେ ନିର୍ଯ୍ୟାତନା  ସହ୍ୟ କରିବାର ସବୁ ସୀମା ପାର ହୋଇଯାଇଛି ଏମାନଙ୍କ ପାଖରେ। ଯେଉଁଥିପାଇଁ ହତ୍ୟା ଓ ଆତ୍ମହତ୍ୟା ଭଳି ଧମକ ଦେବାକୁ ପଛେଇ ନାହାନ୍ତି ଏମାନେ । ତେବେ ଦେଖିବାକୁ ବାକି ରହିଲା କେବେ ଏମାନଙ୍କୁ ନ୍ୟାୟ ମିଳୁଛି ।

ପାର୍ଥ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *