ପାଣିରେ ବୁଡ଼ି ନିଖୋଜ ନାବାଳକର ମୃତ ଦେହ ଉଦ୍ଧାର

ପାଣିରେ ବୁଡ଼ି ନିଖୋଜ ହୋଇଥିବା ନାବାଳକର ମୃତ ଦେହ ଉଦ୍ଧାର କଲା ଓଡ୍ରାଫଟ ଦଳ। ଗତକାଲି ବୁଢ଼ିପଦର ସ୍ଥିତ ଇବ୍ ନଦୀ ରେ ଜଣେ ନାବଳକ ବୁଡ଼ି ନିଖୋଜ ହୋଇଯାଇଥିଲା।  ସଦର ଥାନା ପୁଲିସ ସହିତ ଅଗ୍ନିଶମ ବାହିନୀ ଓ ଓଡ୍ରାଫଟ ଦଳ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ବି ତାଙ୍କ ପତ୍ତା ମିଳିନଥିଲା। ଆଜି ସକାଳୁ ଇବ ନଦୀରେ ଓଡ୍ରାଫଟ ଦଳ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ଯେଉଁଠାରୁ ନିଖୋଜ ହୋଇଥିଲେ ସେଠାରୁ ପ୍ରାୟ ୩ରୁ୪ କିଲୋମିଟର ଦୂରରୁ ହିଁ ନାବାଳକର ମୃତ ଦେହ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ।

ସୂଚନାଯୋଗ୍ୟ ଯେ, ଗତକାଲି ଦିନରେ ୪ ଜଣ ସାଙ୍ଗ ମିଶି ଦୀପୁପଡ଼ାର ଆଦିତ୍ୟ କୁମାର(୧୪) ବୁଢ଼ିପଦର ସ୍ଥିତ ଇବ୍ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ପ୍ରବଳ ବନ୍ୟା ପାଣି ସ୍ରୋତରେ ସେ ଭାସି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଆଦିତ୍ୟ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖେ କରିଥିଲେ। ଖୋଜାଖୋଜି କରିବା ପରେ ନପାଇବାରୁ ତାର ସାଙ୍ଗରେ ଯାଇଥିବା ପିଲାଙ୍କୁ ପଚାରିବା ପରେ ପାଣିରେ ଭାସିଯାଇଥିବା ଜାଣିବାକୁ ପାଇଥିବା ନେଇ ସଦର ଥାନାରେ ଆଦିତ୍ୟର ବାପା ଦିଲୀପ କୁମାର ଏତଲା ଦେଇଥିଲେ। ସଦର ଥାନା ପୁଲିସ ସହିତ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫଟ ଦଳ ଦୀର୍ଘ ସମୟ ଧରି ନଦୀ ଭିତରେ ଖୋଜାଖୋଜି କରିବା ପରେ ଆଦିତ୍ୟର କୌଣସି ଖୋଜ ଖବର ମିଳିନଥିଲା। ଆଜିସକାଳୁ ପୁଣି ଖୋଜାଖୋଜି କରିବା ପରେ ନାବାଳକର ମୃତ ଦେହ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *