ମଣିପୁରରେ ୯୦୦ ଆତଙ୍କବାଦୀଙ୍କ ଅନୁପ୍ରବେଶ !

ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ ଭାରତୀୟ ଗୁଇନ୍ଦା ବିଭାଗର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମଣିପୁର ରାଜ୍ୟ ଭିତରକୁ ମିଆଁମାରର ଆଦିବାସୀ ଆତଙ୍କବାଦୀ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ଅନୁମାନ କରିଛି । ଗୁଇନ୍ଦା ବିଭାଗ ଏକ ରିପୋର୍ଟରେ ଦାବି କରିଛି, ମିଆଁମାରର ପାଖାପାଖି ୯୦୦ ଆତଙ୍କବାଦୀ ମଣିପୁରକୁ ଅନୁପ୍ରବେଶ କରିଛନ୍ତି । ସେପ୍ଟେମ୍ବର ୨୮ ସୁଦ୍ଧା ଏହି ଆତଙ୍କୀମାନେ ଇମ୍ଫାଲରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିପାରିବାର ଅନୁମାନ କରାଯାଉଛି । ଗୁଇନ୍ଦା ରିପୋର୍ଟ ପରେ ମଣିପୁରକୁ ଲାଗି କରି ଥିବା ମିଆଁମାର ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।  ରାଜ୍ୟରେ ବଢୁଥିବା ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନଜରେ ରଖି ମଣିପୁରରେ ସୁରକ୍ଷାବଳକୁ ହାଇ ଆଲର୍ଟ ଜାରି କରି ଦିଆଯାଇଛି । କେନ୍ଦ୍ରୀୟ ସୁରକ୍ଷା ବଳର ପୂର୍ବତନ ଡିଜି କହିଛନ୍ତି ଯେ ଯଦି ଏହା ସତ୍ୟ ହୋଇ ନଥାଏ, ଯଦି ଏହା ନ ଘଟେ କିମ୍ବା ଆମ ଚେଷ୍ଟା ହେବାକୁ ନ ଦିଏ, ତଥାପି ଏହାକୁ ହାଲୁକା ଭାବେ ଗ୍ରହଣ କରି ପାରିବା ନାହିଁ । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *