ଜାନୁଆରୀରୁ ବିକ୍ରି ହୋଇ ପାରିବ ପାର୍ଟପ୍ଲଟ୍ । ଡିସେମ୍ବର ୩୧ ବୈଠକରେ ସମାଧାନର ବାଟ ବାହାରିବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।ନୂଆ ବର୍ଷରୁ ରହିବନି ସମସ୍ୟା । ରେରା ଆଇନ ଆବଶ୍ୟକ ପଡିଲେ ସଂଶୋଧନ ହେବ । ପୂର୍ବରୁ ରେରା କମିଟିକୁ ଏନେଇ କୁହାଯାଇଛି ।ଆଇନ ଶବ୍ବ ସଂଯୋଜନାରେ ଅସୁବଧା ଅଛି ।ବେଆଇନ ଭାବେ ପାର୍ଟ ପ୍ଲଟ ରେଜିଷ୍ଟେସନ ହୋଇଛି ।୩୧ ଜଣ ଜିଲ୍ଲା ରେଜିଷ୍ଟର ,ସବ ରେଜିଷ୍ଟରଙ୍କୁ ତାଲିକା ମଧ୍ୟ ବିଭାଗ ପ୍ରସ୍ତୁତ କରିଛି । ସେମାନେ କେତେ ମନ୍ଦ ଉଦେଶ୍ୟ ଥିଲା ତାର ମଧ୍ୟ ଖୋଳତାଳ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ପାର୍ଟ-ପ୍ଲଟ ପଞ୍ଜୀକରଣ ନେଇ ସହଜ ଓ ସରଳ ବାଟ କାଢ଼ିବେ ସରକାର। ଆଇନରେ ଆବଶ୍ୟକୀୟ ସଂଶୋଧନ ହେବ। ଯଦିଓ ଏଥିରେ ବିଳମ୍ୱ ହେବ, ତା ହେଲେ ସ୍ପଷ୍ଟିକରଣ ଜରିଆରେ କଟକଣାକୁ ହଟାଇଦିଆଯିବ ବୋଲି ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଶ୍ବସ୍ତିକର ପ୍ରିତିକ୍ରିୟା ଦେଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now