୨୦ ବର୍ଷ ପରେ ୧୦୦ କୋଟି କ୍ଲବ୍ ରେ ବୀର୍ ଜାରା

ଶାହରୁଖ ଖାନ୍ , ପ୍ରୀତି ଜିଣ୍ଟା ଙ୍କ ଅଭିନୀତ ବୀର ଜାରା ଫିଲ୍ମ  ରିଲିଜ୍ ହେବାର ୨୦ବର୍ଷ ପରେ ସମ୍ମାନଜନକ ୧୦୦କୋଟି ଟଙ୍କା କ୍ଲବ୍ ରେ ପ୍ରବେଶ କରିଛି । ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ନିକଟରେ ସିନେମା ହଲରେ ପୁନଃ ମୁକ୍ତିଲାଭ କରିଥିଲା । ବୀର ଜାରା ମୂଳତଃ ୨୦୦୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ଏହା ୧୩ ସେପ୍ଟେମ୍ବର ୨୦୨୪ ରେ ପୁଣି ଥରେ ମୁକ୍ତିଲାଭ କରିଥିଲା । ୨୦୦୪ ରେ ଏହା ପ୍ରଥମେ ମୁକ୍ତିଲାଭ କରିବା ପରେ ବୀର ଜାରା ବିଦେଶ ବଜାରରୁ ୩୭ କୋଟି ଟଙ୍କା ସହିତ ସମୁଦାୟ ୯୮ କୋଟି ଟଙ୍କା ଆୟ କରିଥିଲା । ଏହି ଚଳଚ୍ଚିତ୍ର ଅତୀତରେ ଅନେକ ଥର ପୁନଃ ମୁକ୍ତିଲାଭ କରିଥିଲା ଏବଂ ୨୦୦୫ ରୁ ୨୦୨୩ ମଧ୍ୟରେ ଏହା ୨.୫ କୋଟି ଟଙ୍କା ଆୟ କରିଥିଲା । ଚଳଚ୍ଚିତ୍ର ସମାଲୋଚକ ତଥା ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶଙ୍କ ନିକଟରେ ପ୍ରକାଶିତ ଏକ ପୋଷ୍ଟ ଅନୁଯାୟୀ ବୀର ଜାରାର ମୋଟ ସଂଗ୍ରହ ବର୍ତ୍ତମାନ ୧୦୨.୬୦ କୋଟି ଟଙ୍କା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *