ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ଅନୁରା କୁମାରା ଦିସାନାୟକେ

ଅନୁରା କୁମାରା ଦିସାନାୟକେ ହୋଇଛନ୍ତି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ଗତକାଲି (ମଙ୍ଗଳବାର) ଦିନ ଶପଥ ନେବା ପରେ ସଂସଦ ଭାଙ୍ଗିବା ପାଇଁ ସ୍ବତନ୍ତ୍ର ରାଜପତ୍ର ଅଧିସୂଚନା ଉପରେ ହସ୍ତାକ୍ଷର କରିଛନ୍ତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ତେବେ ରାଷ୍ଟ୍ରପତି ଦିସାନାୟକେ ୪ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ଏବଂ ହାରିନୀ ଅମରସୂର୍ଯ୍ୟାଙ୍କୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ।ଦିସାନାୟକେଙ୍କ ଉପସ୍ଥିତି ନୂଆ ପ୍ରଧାନମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ହାରିନୀ ଅମରସୂର୍ଯ୍ୟା ଶ୍ରୀଲଙ୍କାର ତୃତୀୟ ମହିଳା ପିଏମ୍ ହୋଇଛନ୍ତି ।

ତାଙ୍କ ପୂର୍ବରୁ ସିରିମାଭୋ ଭଣ୍ଡାରନାୟକେଙ୍କ ଝିଅ ଚନ୍ଦ୍ରିକା ଭଣ୍ଡାରନାୟକେ କୁମାରତୁଙ୍ଗା ଶ୍ରୀଲଙ୍କ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳି ସାରିଛନ୍ତି । ସେ ରାଷ୍ଟ୍ରପତି ହେବାର କିଛି ଦିନ ପୂର୍ବରୁ ଏହି ପଦ ଦାୟିତ୍ବରେ ଥିଲେ । ସେହିପରି ଏନପିପି ସାଂସଦ ବିଜିତା ହେରାଥ ଏବଂ ଲକ୍ଷ୍ମଣ ନିପୁଣାରାଚ୍ଚୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମଙ୍ଗଳବାର ମଧ୍ୟ ରାତ୍ରିରୁ ସଂସଦକୁ ଭାଙ୍ଗି ଦିଆଯାଇଛି ଏବଂ ଆସନ୍ତା ନଭେମ୍ବର ୧୪ ତାରିଖରେ ନୂଆ ସଂସଦ ଗଠନ ପାଇଁ ନିର୍ବାଚନ ହେବ । ଶ୍ରୀଲଙ୍କାରେ ଶନିବାର ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିସାନାୟକେ କହିଥିଲେ, ସେ ତୁରନ୍ତ ସଂସଦକୁ ଭାଙ୍ଗି ଦେବେ ଏବଂ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଆଦେଶ ଦେବେ । ଏହା ପୂର୍ବରୁ ୨୦୨୦ ଅଗଷ୍ଟ ମାସରେ ଶ୍ରୀଲଙ୍କା ସଂସଦ ଗଠିତ ହୋଇଥିଲା ହୋଇଥିଲା । ଏହାକୁ ନିର୍ଦ୍ଧାରିତ ସମୟର ୧୧ ମାସ ପୂର୍ବରୁ ଭାଙ୍ଗି ଦିଆଯାଇଛି । ଅନ୍ୟପଟେ ନିର୍ବାଚନ ଜିତିବା ପରେ ଦିସାନାୟକେଙ୍କୁ ସୋମବାର ରାଷ୍ଟ୍ରପତି ସଚିବାଳୟରେ ନ୍ୟାୟଧୀଶ ଜୟନ୍ତ ଜୟସୂର୍ଯ୍ୟା ଶ୍ରୀଲଙ୍କାର ନବମ ରାଷ୍ଟ୍ରପତି ଭାବେ ଶପଥ କରାଯାଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *