ସୋସିଆଲ ମିଡିଆ ପୋଷ୍ଟ ଘଟଣା : ଅଶାନ୍ତ ଭଦ୍ରକ,  ଇଣ୍ଟରନେଟ ସେବା ବନ୍ଦ

ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଗଣ୍ଡଗୋଳ ପରେ ଭଦ୍ରକରେ ଚାପା ଉତ୍ତେଜନା। ୪୮ ଘଣ୍ଟା ପାଇଁ ପୂରା ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ସୋସିଆଲ ମିଡିଆ ବ୍ୟାନ୍ । ହ୍ବାଟସ ଆପ, ଫେସବୁକ୍, ଏକ୍ସ ଓ ଅନ୍ୟ ଡାଟା ସେବା ଉପରେ ଲାଗିଛି କଟକଣା । ବ୍ରଡ୍ ବ୍ୟାଣ୍ଡ ଡାଏଲ ଅପ୍ ସିଷ୍ଟମ ଉପରେ ମଧ୍ୟ କଟକଣା ଲାଗିଛି । ସେହିପରି ଧାରା ୧୬୩ ବଳବତ୍ତର ରହିଛି । ଗଣ୍ଡଗୋଳ ପରେ ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳରେ ୧୬୩ ଲାଗୁ ହୋଇଥିଲା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହୋଇଛି ଧାରା ୧୬୩  । ପୁରୁଣା ବଜାର ଅଂଚଳ ଏବେ ପୋଲିସ ଛାଉଣୀ । ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସନ୍ଥିଆ ଘଟଣା ପରେ ଧାମନଗର ଠାରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଶାସନ ପକ୍ଷରୁ ଧାମନଗର NAC ଅଂଚଳ ସହିତ ଦୋବଲ ଏବଂ ଅନ୍ୟ ସମ୍ବେଦନଶୀଳ ଅଂଚଳ ରେ ଧାରା ୧୬୩ ଲଗାଯାଇଛି । ସେଠାରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ଶାନ୍ତି କମିଟି ବୈଠକ ବସିବ । ଗତକାଲି ରାତିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ. ଏସପି ବରୁଣ ଗୁଣ୍ଟୁପାଲି. ଡି ଆଇ ଜି ଡ଼ ସତ୍ୟଜିତ ନାୟକ ମିଳିତ ଭାବେ ପୋଲିସ ଫୋର୍ସ ନେଇ ପୁରୁଣା ବଜାର ଅଂଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ବୁଲିଥିଲେ । ପାଟ୍ରୋଲିଂକୁ କଡାକଡି କରାଯିବା ସହିତ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଲିସ ପୋଷ୍ଟ କରାଯାଇଛି । ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଡିଆଇଜି କହିଛନ୍ତି । ଏଭିତରେ ପୋଲିସକୁ ଆକ୍ରମଣ କରିବା ଘଟଣାରେ ୯ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି  । ଗତକାଲି ବିଳମ୍ବିତ ରାତ୍ରିରେ ପୁରୁଣା ବଜାର ଅଞ୍ଚଳରୁ ସେମାନଙ୍କୁ ପୋଲିସ ଉଠାଇ ଆଣି ଅଟକ ରଖିଥିବା ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *