ମହାପ୍ରସାଦ ମାନ ଯାଞ୍ଚକୁ ନେଇ ବିରୋଧ

ଶ୍ରୀମହାପ୍ରସାଦର ମାନ ପରୀକ୍ଷା, ମହାପ୍ରଭୁଙ୍କ ପରୀକ୍ଷା ସହ ସମାନ l ଶ୍ରୀ ମହାପ୍ରସାଦ ଅମୃତ l  ନିର୍ମାଲ୍ୟ ଟିକେ ତୁଣ୍ଡରେ ଲାଗିଗଲେ, ଜୀବନରୁ ମୁକ୍ତି ମିଳିଯାଏ। କିନ୍ତୁ ରାଜ୍ୟ ସରକାର ମହାପ୍ରଭୁଙ୍କ ମହାପ୍ରସାଦର ମାନ ପରୀକ୍ଷା କରିବେ ବୋଲି ଘୋଷଣା କରିବା ଅଗଣିତ ଭକ୍ତଙ୍କ ଭକ୍ତିଭାବକୁ କୁଠାରାଘାତ କରିଛନ୍ତି। ଏହା ଏକ ଉଦ୍ଭଟ ଚିନ୍ତାଧାରା ଓ ନିଷ୍ପତି l ମହାପ୍ରସାଦର କଞ୍ଚା ସାମଗ୍ରୀ ଯାଞ୍ଚ ହେଉ, କିନ୍ତୁ ମହାପ୍ରସାଦର ମାନ ପରୀକ୍ଷା ମହାପାପ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ର ସଭାପତି,ଚୁନାରା ସେବାୟତ ଓ ଶ୍ରୀଜଗନ୍ନାଥପ୍ରେମୀ। ନିକଟରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ମହାପ୍ରସାଦର ମାନ ପରୀକ୍ଷା ହେବ  ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତ ହେବେ। ଏହାକୁ ନେଇ ଚାରିଆଡ଼େ ବିରୋଧର ସ୍ବର ଉଠିଛି। ସେବାୟତ, ବିଭିନ୍ନ ସଂଗଠନ ଓ ଭକ୍ତ ଏହାର ତୀବ୍ର ନିନ୍ଦା କରିଛନ୍ତି। ଯେତେବେଳେ ମହାପ୍ରଭୁଙ୍କ ନିକଟରେ ଅନ୍ନନୈବେଦ୍ୟ ଷୋଡ଼ଶ ଉପଚାରରେ ଅର୍ପଣ ହୋଇଯାଏ, ସେତେବେଳେ ଏହା ମହାପ୍ରସାଦ ହୋଇଯାଏ I ଅଗ୍ନିଶ୍ୱର ମହାଦେବ ମହାପ୍ରସାଦ ଦେଖୁଛନ୍ତି ।

କିନ୍ତୁ ମହାପ୍ରସାଦ ନୁହେଁ, ଏଥିରେ ବ୍ୟବହାର ହେଉଥିବା ଘିଅ, ଡାଲି, ଚାଉଳ, ପନିପରିବା ଆଦିର ଯାଞ୍ଚ ହେଉ ଏହା ନିମ୍ନମାନର କି ଉନ୍ନତମାନର ଦେଖାଯାଉ କିନ୍ତୁ ମହାପ୍ରସାଦ ନୁହେଁ ଆଜି ଷ୍ଟିମ୍ ଚାଉଳ, ନିମ୍ନମାନର ଘିଅ ଆଦି ବ୍ୟବହାର ହେଉଛି, ଏହାକୁ ବନ୍ଦ କରାଯାଉ।ଶୁଦ୍ଧ ଅରୁଆ ଚାଉଳ, ଗୁଆ ଘିଅ ଆଦିରେ ମହାପ୍ରସାଦ ପ୍ରସ୍ତୁତ ହେଉ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ହେବା କିନ୍ତୁ ଅନ୍ନପ୍ରସାଦ ଯେବେ ମହାପ୍ରଭୁଙ୍କୁ ଲାଗି ହୋଇଯାଏ, ତାହା ଅମୃତ ପାଲଟିଯାଏ | ମହାପ୍ରସାଦର ଯାଞ୍ଚ ଠିକ୍ ନୁହେଁ ମହାପ୍ରଭୁଙ୍କ ନାଁ ନେଇ ଏ ସରକାର ଶାସନକୁ ଆସିଛନ୍ତି, ଏଣୁ ମହାପ୍ରଭୁଙ୍କ ପାଇଁ ଯାହା କହୁଛନ୍ତି ଓ କରୁଛନ୍ତି ଭାଵିଚିନ୍ତି କରନ୍ତୁ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *