ନେପାଳ ବନ୍ୟା: ମୃତ୍ୟୁସଂଖ୍ୟା ୧୫୦ ଟପିଲା, ଶତାଧିକ ନିଖୋଜ

ନେପାଳରେ ପ୍ରବଳ ବର୍ଷା ଯୋଗୁଁ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୫୦ ଅତିକ୍ରମ କରିଛି। ଏହା ବ୍ୟତୀତ ୧୦୦ରୁ ଅଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ବନ୍ୟା ଓ ଭୂସ୍ଖଳନର ୨୦୦ଟି ଘଟଣା ସାମ୍ନାକୁ ଆସିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ବିପର୍ଯ୍ୟୟର ଗମ୍ଭୀରତା ବୃଦ୍ଧି ପାଉଛି। ଶନିବାର ନେପାଳରେ ୫୪ ବର୍ଷ ମଧ୍ୟରେ ରେକର୍ଡ ଭାଙ୍ଗି ବର୍ଷା ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୩୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ୪,୧୨,୦୦୦ ପରିବାର ଏହି ବନ୍ୟାରେ ସାଂଘାତିକ ପ୍ରଭାବିତ ହୋଇଛନ୍ତି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ୩୦ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ରାଜଧାନୀ କାଠମାଣ୍ଡୁ ଆଖପାଖରେ ଥିବା ନଦୀଗୁଡ଼ିକରେ ପ୍ରବଳ ବନ୍ୟା ଯୋଗୁଁ ୩ ଶହରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ପରେ କାଠମାଣ୍ଡୁର ମୁଖ୍ୟ ନଦୀ ବାଗମତୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୧୦ ହଜାରରୁ ଅଧିକ ଲୋକ ରିଲିଫ୍ ଶିବିରରେ ଅଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *