ଡାକ୍ତରଙ୍କୁ ଗୁଳିକରି ହତ୍ୟା

ରୋଗୀ ବେଶରେ ଚିକିତ୍ସା କରାଇବାକୁ ଆସିଥିଲେ। କହିଲେ ଆଘାତ ଲାଗିଛି । ତା’ପରେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କଲେ। ଏଭଳି ଏକ ଘଟଣା ଘଟିଛି ଦିଲ୍ଲୀର ଜୟତପୁର ଅଞ୍ଚଳରେ ।ହସ୍ପିଟାଲ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।ଦିଲ୍ଲୀ ଜୟତପୁରର ନୀମା ହସ୍ପିଟାଲ ରେ ଏଭଳି ଘଟଣା ଘଟିଥିବା ବେଳେ ଜାବେଦ ନାମକ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଡାକ୍ତରଖାନା କର୍ମଚାରୀଙ୍କ କହିବା ମୁତାବକ, ଦୁଇ ଜଣ ଯୁବକ ଡାକ୍ତରଖାନାକୁ ଆସିଥିଲେ। ଆଘତ ଲାଗିଛି ବୋଲି କହିଥିଲେ। ପ୍ରଥମେ ସେମାନଙ୍କର ଡ୍ରେସିଂ କରାଯାଇଥିଲା। ଏହା ପରେ ସେ କହିଥିଲେ ଯେ ତାଙ୍କୁ ଡାକ୍ତରଙ୍କୁ ଦେଖାଇବାକୁ ପଡିବ। ଦୁହେଁ ଡାକ୍ତରଙ୍କ କ୍ୟାବିନରେ ପହଞ୍ଚିବା ପରେ ସେମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପରେ ଘଟଣାସ୍ଥଳରୁ ଉଭୟ ଫେରାର ହୋଇଯାଇଥିଲେ।

ତେବେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ସେପଟେ ସିସିଟିଭି ଫୁଟେଜ ଆଧାରରେ ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଖୋଜୁଛି। ଡାକ୍ତରଙ୍କ ସହ ଦୁଇ ଯୁବକଙ୍କ କ’ଣ ଶତ୍ରୁତା ଥିଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *