ଓଡ଼ିଶାର ରାଜଭବନ ପାଲଟିଛି ରାଜନୈତିକ ପେଣ୍ଠସ୍ଥଳୀ। ଝାଡ଼ଖଣ୍ଡ ନିର୍ବାଚନ ଲାଗି ପାଲଟିଛି ଓ୍ୱାରରୁମ୍। ଏହାର ପୁରୋଧା ସାଜିଛନ୍ତି ରାଜ୍ୟପାଳ ରଘୁବର ଦାସ। ରାଜଭବନ ଭଳି ଗରିମାମୟା ସ୍ଥାନକୁ ରାଜନୀତିରୁ ଉର୍ଦ୍ଧ୍ୱରେ ରଖିବା ଜରୁରୀ। କିନ୍ତୁ ଖୋଦ୍ ରାଜ୍ୟପାଳ କିନ୍ତୁ ଏହାର ଗାରିମାକୁ କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଆରୋପ ଲଦିଛି ବିଜେଡି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ପୂର୍ବତନ ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁଙ୍କ ରାଜଭବନକୁ ଆଗମନ ନିଶ୍ଚିତ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟକ୍ତିଗତ କାମରେ ଆସୁଥିବାର ଆଳ ନେଉଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେତେବେଳେ ଝାଡ଼ଖଣ୍ଡ ଯାଇ ପ୍ରଚାର କଲେ, ସେତେବେଳେ ବିଶ୍ୱଶର୍ମା ଓ ନାଇଡ଼ୁଙ୍କ ଗସ୍ତ ରାଜନୈତିକ କାରଣରୁ ଥିଲା ବୋଲି ସ୍ପଷ୍ଟ ହୋଇଛି ବୋଲି ଦାବି କରିଛି ବିଜେଡି। ଏଥିରେ ରାଜ୍ୟପାଳଙ୍କ ସ୍ପଷ୍ଟିକରଣ ଲୋଡ଼ିଛି ବିଜେଡି। ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ଏଯାଏ ନ୍ୟାୟ ମିଳିଲାନି। ସେପଟେ ବିଜେଡି ସ୍ୱରରେ ସ୍ୱର ମିଳାଇଛି କଂଗ୍ରେସ। କଂଗ୍ରେସ କହିଛି, ରାଜଭବନ ଓ ରାଜ୍ୟପାଳ ରାଜନୀତିରୁ ଉର୍ଦ୍ଧ୍ୱରେ ରହିବା ଦରକାର। ରାଜଭବନ କୌଣସି ଦଳ ପାଇଁ କାମ କରିବା ଉଚିତ୍ ନୁହେଁ। ରାଜ୍ୟପାଳ ଓଡ଼ିଶାରେ ରହିବା ଉଚିତ୍ ନୁହେଁ। ରାଜ୍ୟପାଳଙ୍କ ଏଭଳି ଆଚରଣକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେବ କଂଗ୍ରେସ।
ସେପଟେ ବିଜେପି କହିଛି, ଏହା ଗୁଜବ। ବିରୋଧୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଆଇନ ମନ୍ତ୍ରୀ କହିଛନ୍ତି, ଅବାଞ୍ଛିତ କଥା କହିବାରୁ ନିବୃତ୍ତ ରୁହନ୍ତୁ ବିରୋଧୀ। ଦୀର୍ଘ ବର୍ଷ ଧରି ଶାସନ ଚୌକିରେ ବସିଥିବା ବିଜେଡିରେ ଶାସନ କାହା ପାଖରେ ଥିଲା ଆଉ ଚାବି, କାହାକୁ ଅଛପା ନାହିଁ। କୌଣସି ଜାଗାରେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉନାହାନ୍ତି ମୋହନ ସରକାର।
ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶା ରାଜଭନ ବିଜେପିର ଓ୍ୱାରରୁମ୍ ପାଲଟିଥିବାର ଆରୋପ ସାଙ୍ଗକୁ ରାଜ୍ୟପାଳ ରଘୁବର ଦାସଙ୍କ ଝାଡ଼ଖଣ୍ଡ ରାଜନୀତିକୁ କମବ୍ୟାକ୍ ଏପିସୋଡ଼କୁ ନେଇ ଆକଳନ କରୁଛନ୍ତି ବିରୋଧୀ। ଆଉ ସେଥିଲାଗି ରାଜଭବନକୁ ଯୋଡ଼ି ରାଜନୀତିକ ଶାଣିତ ଆକ୍ଷେପ ବିରୋଧୀ କରୁଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now