କରାଚି ବିମାନ ବନ୍ଦର ନିକଟରେ ଭୟଙ୍କର ବିସ୍ଫୋରଣ ;୩ ମୃତ ୧୭ ଆହତ

ପାକିସ୍ତାନ କରାଚି ବିମାନ ବନ୍ଦର ନିକଟରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ୩ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ କରାଚି ଜିନ୍ନା ବିମାନ ବନ୍ଦର ନିକଟରେ ଏହି ବିସ୍ଫୋରଣ ଘଟିଛି।ତେବେ ରବିବାର ବିଳମ୍ବିତ ରାତିରେ କରାଚି ଜିନ୍ନା ବିମାନ ବନ୍ଦର ନିକଟରେ ଏହି ବିସ୍ଫୋରଣ ଘଟିଛି। ଏହାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଏହି ବିସ୍ଫୋରଣରେ ଯାନବାହାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ବିମାନ ବନ୍ଦର ଟର୍ମିନାଲ ବାହାରେ ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିବା ଯୋଗୁଁ ଏଭଳି ବିସ୍ଫୋରଣ ହୋଇଥିବା କୁହାଯାଉଛି। ଆସନ୍ତା ୧୫ ତାରିଖରୁ ପାକିସ୍ତାନରେ ଏସସିଓ ସମ୍ମିଳନୀ ବସିବାକୁ ଯାଉଥିବା ବେଳେ ଏହି ବିସ୍ଫୋରଣ ପଛରେ ଆତଙ୍କୀ ସଂଗଠନର ହାତ ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ ବିମାନ ବନ୍ଦର ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷାକୁ କଡାକଡି କରିଦିଆଯାଇଛି। ତେବେ କିପରି ଓ କେମିତି ଏହି ବିସ୍ଫୋରଣ ଘଟିଲା ଏହା ଉପରେ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *