ଫିଜିକ୍ସରେ ଦୁଇ ବୈଜ୍ଞାନିକ ଙ୍କ ନାମ ନୋବେଲ ପୁରସ୍କାର ଘୋଷଣା

ଚଳିତ ବର୍ଷ ଫିଜିକ୍ସରେ ଦୁଇ ଜଣ ବୈଜ୍ଞାନିକ ଙ୍କ ନାମ ନୋବେଲ ପୁରସ୍କାର ନିମନ୍ତେ ଘୋଷଣା କରାଯାଇଛି । ଏନେଇ ରୟାଲ ସ୍ବେଡିଶ ଏକାଡେମିକ ଅଫ ସାଇନ୍ସ ତରଫରୁ ସୋସିଆଲ ମିଡିଆରେ ସୂଚନା ଜାରି କରାଯାଇଛି ।ଜନ ଜେ.ହୋପଫିଲଡ ଓ ଜିଓଫ୍ରେ ଇ. ହିଣ୍ଟୋନ ୨୦୨୪ ମସିହା ପାଇଁ ଫିଜିକ୍ସରେ ନୋବେଲ ପୁରସ୍କାର ପାଇବେ । ଆର୍ଟିଫିସିଆଲ ନ୍ୟୁରାଲ ନେଟୱାର୍କ ସହ ଜଡ଼ିତ ଆବିଷ୍କାର ପାଇଁ ଏହି ଦୁଇ ବୈଜ୍ଞାନିକ ନୋବେଲ ପୁରସ୍କାର ନିମନ୍ତେ ଚୟନ ହୋଇଛନ୍ତି ।ଗବେଷଣା ପାଇଁ ମେସିନ୍ ଲର୍ନିଂର ଆବଶ୍ୟକତା ବହୁ ପୂର୍ବରୁ ରହି ଆସିଛି। ବହୁ ସଂଖ୍ୟାର ଡାଟାର ସର୍ଟିଂ ଏବଂ ବିଶ୍ଳେଷଣ ସହିତ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା କୃତ୍ରିମ ବୁଦ୍ଧିମତା (AI)ର ଏକ ଅଂଶ। ଏହା ବିନା କୌଣସି ନିର୍ଦ୍ଦିଷ୍ଟ ପ୍ରୋଗ୍ରାମିଂ ନ କରି ଡାଟାରୁ ତଥ୍ୟ ନେଇ ସମୟ ଅନୁସାରେ, କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ ଏହା ଅନୁମତି ଦେଇଥାଏ।କୌଣଶି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶରେ ପହଞ୍ଚିବା ପରିବର୍ତ୍ତେ ଏହାର ମେସିନ୍ ଲର୍ନିଂ ଆଲଗୋରିଦମ ଡାଟା ପେଟର୍ଣ୍ଣକୁ ବିଶ୍ଲେଷଣ କରି ନୂଆ ସୂଚନା ଅନୁସାରେ ଏହା ଅନୁମାନ କରିଥାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *