ତଦନ୍ତ ପାଇଁ ଦିଲ୍ଲୀ ଯିବେ ଆଇଜି ଏସ.ସାଇନି

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା । ତଦନ୍ତର ଅଗ୍ରଗତି ନିମନ୍ତେ ଦିଲ୍ଲୀ ଗସ୍ତ କରିବେ ଆଇଜି । ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ଗମ୍ଭୀରତାର ସହ ନେଇଛନ୍ତି । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (IG,CAW,CW) ଶ୍ରୀମତି ଏସ ସାଇନ ଏହି ଘଟଣାର ତଦନ୍ତ ର ଅଗ୍ରଗତି ନିମନ୍ତେ ଦିଲ୍ଲୀ ଗସ୍ତ କରିବେ ବୋଲି ନିର୍ଦ୍ଦେସ ଦେଇଛନ୍ତି । ଏହା ସହ ସେ ସେଠାରେ ପୀଡିତାଙ୍କୁ ସାକ୍ଷାତ କରିବା ସହ ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବେ ।

ଏହା ବ୍ୟତିତ ଦିଲ୍ଲୀ ପୋଲିସ ସହ ଉପଯୁକ୍ତ ସମନ୍ବୟ ରଖି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବାକୁ ରାଜ୍ୟ ପୋଲିସ ତରଫରୁ ସମସ୍ତ ସହଯୋଗ କରିପବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *