ମିସାଇଲ୍ ମ୍ୟାନ୍ କଲାମ ଙ୍କୁ ଦେଶ କରୁଛି ସଲାମ

ଆଜି ହେଉଛି ଏପିଜେ ଅବଦୁଲ କଲାମ ଙ୍କ ଜନ୍ମବାର୍ଷିକ ଉତ୍ସବ ।ତାଙ୍କର ଏହି ଜନ୍ମ ଦିନକୁ ମନେରଖିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧୫ତାରିଖରେ ଦେଶ ପାଳୁଛି ବିଶ୍ବ ଛାତ୍ର ଦିବସ । ସାର ବିଶ୍ବ ପାଇଁ ସେ ପାଲଟିଥିଲେ ପ୍ରେରଣାର ଉତ୍ସ । କଲାମ ଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକ ନାହିଁ । ପରିଶ୍ରମ ଓ ନିଜର ଦକ୍ଷତା ବଳରେ ସେ ଦେଶର ସର୍ବୋଚ୍ଚ ପଦରେ ବସିଥିଲେ । ସେ କେବେ ଥକିବା ଶିଖି ନଥିଲେ । ସରଳତା ଥିଲା ତାଙ୍କ ଜୀବନର ମୁଳମନ୍ତ୍ର ।କେବଳ ଗୋଟିଏ ଟ୍ରଙ୍କ ରେ ଥିଲା ତାଙ୍କ ଜୀବନ ର ସମସ୍ତ ସମ୍ପତି । ସାରା ଜୀବନ ଦେଶ ସେବା ,ପରୋପକାର,ଏବଂ ଶିକ୍ଷା ରେ ବିତାଇ ଥିଲେ । କିଏ ତାଙ୍କୁ କେତେ ରୁପରେ ମନେରଖିଛି । କିଏ ମିସାଇଲ ମ୍ୟାନ ଭାବେ ତ ଆଉ କିଏ ଦେଶର ଭବିଷ୍ୟତ କୁ ଶିକ୍ଷା ଦେଉଥିବା  ଚାଚା କଲାମ ଙ୍କ ତ କିଏ ରାଷ୍ଟ୍ରପତି ଭାବେ ମନେ ରଖିଛନ୍ତି  ତାମିଲନାଡ଼ୁ ରାମେଶ୍ବରମ ଜିଲ୍ଲା ର ଧନୁସ୍କୁଡ଼ି ଗାଁ ରେ କଲାମ ଙ୍କ ଜନ୍ମ୧୯୩୧ ମସିହା ଅକ୍ଟୋବର ୧୫ର ରେ ଏକ ଗରିବ ମୁସୁଲିମ ପରିବାରରେ ଜନ୍ମଲାଭ କରିଥିଲେ । ପରିବାର ୫ସନ୍ତାନ ଙ୍କ ମଧ୍ୟରେ କଲାମ ହେଉଛନ୍ତି ସବୁଠୁ ସାନ । ବାପା ଡଙ୍ଗା ଚଲାଇ ପରିବାର ଚଳାଉ ଥିଲେ । ତେଣୁ ପରିବାର ଚଳାଇବା ପାଇଁ ଖୁବ୍ କମ୍ ବୟସରୁ  କଲାମ ମଧ୍ୟ ଡଙ୍ଗା ଚଲାଇବା ସହ ଖବର କାଗଜ ବିକ୍ରୀ କରୁଥିଲେ । ହେଲେ ଏ ସବୁ ପ୍ରତିବନ୍ଧକ ତାଙ୍କ ସ୍ବପ୍ନ କୁ ସାକାର କରିବାରେ ପଥରୋଧ କରିପାରି ନଥିଲା । ସ୍ବପ୍ନ କେତେ ଯେ ଶକ୍ତୀଶାଳି ତାହା କଲାମ ଙ୍କ ଜିବନୀ ରୁ ସ୍ପଷ୍ଟ ହୁଏା ୧୯୮୯ ଏୗତିହାସିକ ପୋଖରାନ ଆଣବିକ ବୋମା ପରୀକ୍ଷଣ ରେ ସେ ଥିଲେ ମୁଖ୍ୟ ପୁରୋଧା । ତାଙ୍କ ତତ୍ବାବଧାନରେ ନିର୍ମାଣ ହେଲା  ଭାରତର ପ୍ରଥମ ମହାକାଶ ଯାନ ଏସ୍ଏଲଭି୩ ସ୍ପେଷ୍ ଭେକିଲ୍  । ସେ ଦେଶକୁ ଭେଟି ଦେଇଥିଲେ ଅଗ୍ନୀ, ତ୍ରିଶୁଲ, ପୃଥ୍ବୀ , ବ୍ରହ୍ମୋସ୍ତ୍ର ଭଳି କ୍ଷେପଣାସ୍ତ୍ର । ଏଥିପାଇଁ ତାଙ୍କୁ କୁହାଯାଏ ଭାରତର ମିସାଇଲ ମ୍ୟାନ୍ । ସେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଭାରତର ୧୧ତମ ରାଷ୍ଟ୍ରତି ହୋଇଥିଲେ । ତାଙ୍କ ଅତୁଳନୀୟ ଅବଦାନ ପାଇଁ ୧୯୯୭ ମସିହାରେ ଭାରତ ରତ୍ନ ସମ୍ମାନୀତ କରାଯାଇଥିଲା  । ୧୯୮୧ ରେ ପଦ୍ମଭୂଷଣ ଏବଂ ୧୯୯୦ ରେ ପଦ୍ମବିଭୂଷଣ ସମ୍ମାନ ରେ ସମ୍ମାନିତ କରାଯାଇଥିଲା  ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *