ଅଗ୍ନିକାଣ୍ଡ ରେ ଜଳିଗଲା ଗଦି ଦୋକାନ

ଅନୁଗୋଳ ସହରରେ ଘଟିଛି ବଡ଼ ଅଘଟଣ । ସୂଚନା ଯୋଗ୍ୟ କି ଗତକାଲି ରାତି ଠିକ୍ ୧.୩୦ ମିନିଟ୍ ସମୟ ରେ ବୁଡ଼ୀ ଠାକୁରାଣୀ ଛକ ନିକଟସ୍ଥ ଦଶହରା ପଡ଼ିଆ ସମ୍ମୁଖରେ

ଥିବା ଗଦି ଦୋକାନ ଗୁଡିକ ରେ ନିଆଁ ଲାଗି ସମ୍ପୁର୍ଣ୍ଣ ଜଳି ପୋଡି ଯାଇଛି। ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡ ରେ ଏମ ଡି ନସୁରଦିନ, ଏମ ଡି ନଇଂମ, ଏମ ଡି ଆଜାଦ, ଏମ ଡି ଇରଫାନ୍ ଙ୍କର ପ୍ରାୟ ଚାରୋଟି ଦୋକାନ ଜଳି ପୋଡି ପାଉଁଶ ହୋଇ ଯାଇଥିବାର ସୂଚନା ମିଳିଛି । ଖବର୍ ପାଇ ଘଟଣାସ୍ଥଳରେ ଅନୁଗୁଳ ଅଗ୍ନିଶମ ବାହିନୀ ପହଁଚି ନିଆଁ କୁ ଆୟତ କରିଥିଲେ। ଚାରୋଟି ଦୋକାନ ର ପାଖା ପାଖି ୮ ଲକ୍ଷ ଟଙ୍କା ର ଜିନିଷ ପୋଡି ଯାଇଥିବା ଅନୁମାନ କରାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *