ଅଟାରେ ପରିସ୍ରା ଗୋଳାଇ କରୁଥିଲେ ରୁଟି , ମୁହଁ ଖୋଲିଲା ଚାକରାଣୀ

ଅଟାରେ ପରିସ୍ରା ଗୋଳାଇ କରୁଥିଲେ ରୁଟି । ଯେଉଁ ଘରେ କାମ କରୁଥିଲେ ସେହି ଘର ଲୋକଙ୍କୁ ଏଭଳି କରି ଖୁଆଉଥିଲେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗାଜିଆବାଦରେ । ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କେଉଁ କାରଣରୁ ଏଭଳି କାଣ୍ଡ ଭିଆଇଥିଲେ ଖୋଦ ଚାକରାଣୀ ମୁହଁ ଖୋଲିଛନ୍ତି ।

ଚାକରାଣୀ ଜଣକ ୮ ବର୍ଷ ଧରି ଜଣଙ୍କ ଘରେ କାମ କରୁଥିଲେ । ସେହି ପରିବାର ପାଇଁ ଯେଉଁ ଯେଇଁ ଖାଦ୍ୟ ରୋଷେଇ କରିଥିଲେ ସେଥିରେ ସେ ପରିସ୍ରା ମିଶାଇ କରଥିଲେ । ଏହା ପରେ ପୁରା ପରିବାର ଭୟଙ୍କର ରୋଗରେ ଆକ୍ରାନ୍ତ ହେଲେ । ସନ୍ଦେହ କରି ମାଲିକ ରୋଷେଇ ଘରେ ସିସି କ୍ୟାମେରା ଲଗାଇବା ପରେ ଘଟଣା ବିଷୟରେ ଜଣା ପଡିଥିଲା । ଘରେ କାମ କରୁଥିବା ଚାକରାଣୀ ଜଣକ ଖାଦ୍ୟ ତିଆରୀ କରୁଥିବା ସମୟରେ ପରିସ୍ରା ମିଶାଉଥିଲେ । ପୋଲିସ ଏହି ମମଲା ରଜ୍ଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ହେଲେ ରିନା , ଆଠ ବର୍ଷ ଧରି ସେ ବ୍ୟବସାୟୀ ଙ୍କ ଘରେ କାମ କରୁଥିଲେ । ଏହା ସ୍ବର୍ତ୍ତେ ଘରର ମାଲିକ ବିଭିନ୍ନ କାରଣରୁ ଛୋଟ ଛୋଟ କଥାରେ କାଟୁ କଥା କହିବା ସହ ଅପମାନ ଦେଉଥିଲେ । ଏହା ସେ କିଛି ଦିନ ସହି ଯାଉଥିଲେ । କିନ୍ତୁ ସବୁଦିନ ଅପମାନ ଶୁଣି ଶୁଣି ରିନା ପ୍ରତିଶୋଧ ପରାୟଣ ହୋଇ ଖାଦ୍ୟରେ ପରିଶ୍ରା ମାଶାଉଥିବା ନିଜେ ପୁଲିସ କୁ କହିଛନ୍ତି ରିନା । ତେବେ ଏହି ଖାଦ୍ୟ ଖାଇବା ଦ୍ବାରା ଘରର ସମସ୍ତ ପରିବାର ଯକୃତ ଏବଂ ଚର୍ମ ରୋଗ ରେ ପଡିତ ଥିବା ଜଣାପଡିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *