ବିବାଦୀୟ ପୋଷ୍ଟକୁ ନେଇ ଅଡୁଆରେ ଫସିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସବୁଠି ଚର୍ଚ୍ଚା ଲାଗିରହିଥିବା ବେଳେ ବିବାଦୀୟ ପୋଷ୍ଟକୁ ନେଇ ଅଡୁଆରେ ଓଲିଉଡ ଅଭିନେତା । ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏବେ ୱେଏସୀ ଓ ରାହୁଲ ଗାନ୍ଧୀଙ୍କ ପାଳି ବୋଲି ଫେସବୁକ୍ ରେ ପୋଷ୍ଟ କରି ଅଡୁଆରେ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ଏହାକୁ ନେଇ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି କଂଗ୍ରେସ ଛାତ୍ର ର ସଦସ୍ୟବୃନ୍ଦ ।

ସୂଚନା ଅନୁଯାୟୀ ବାବା ସିଦ୍ଧିକିଙ୍କ ମର୍ଡର ପରେ ଚାରି ଆଡେ ଚର୍ଚ୍ଚା ଭିତରେ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ଆସିଛି । ଏହା ପରେ ବାବା ସିଦ୍ଦିକି ଙ୍କ ହତ୍ୟା ଘଟଣାକୁ ନେଇ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଫେସବୁକ ରେ ପୋଷ୍ଟ କରିଥିଲେ । ସିଦ୍ଦିକିଙ୍କ ପରେ ୱେଏସୀ ଓ ରାହୁଲ ଗାନ୍ଧୀଙ୍କ ପାଳି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *