କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ

କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ାଙ୍କ ଦେହାନ୍ତ ହୋଇଛି । ଶନିବାର ସକାଳ ସାଢେ ୯ଟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି l ଏ ନେଇ ତାଙ୍କ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଉତ୍କଳ କେଶରୀ ଅସୁସ୍ଥ ଥିଲେ ।ବିଭିନ୍ନ ପର୍ଯ୍ୟାୟରେ ତାଙ୍କର ଚିକିତ୍ସା ଚାଲିଥିଲା l

ସୂଚନା ଅନୁଯାୟୀ ,ଉତ୍କଳ କେଶରୀ ପରିଡ଼ା କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ ସଲାରୋ ଗ୍ରାମରେ ଜନ୍ମ l ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ l ସାଲେପୁର କଲେଜ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ l ପରେ ଡେରାବିଶ ବ୍ଲକ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଥିଲେ l ୨୦୦୪ରେ ସେ ଓଡ଼ିଶା ଗଣ ପରିଷଦ ଟିକେଟରେ ଲଢ଼ି କେନ୍ଦ୍ରାପଡା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ l ଉତ୍କଳ କେଶରୀ ପରିଡ଼ାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *