ୟୁପିଏସସି ରାଙ୍କ-୯, ତଥାପି ହୋଇପାରିଲେନି ଆଇଏଏସ

 ଭାଇ ଆର୍ମିରେ ମେଜର। ବାପା ଅବସରପ୍ରାପ୍ତ କଲୋନେଲ। ମାଆ ଦିଲ୍ଲୀ ୟୁନିଭରସିଟିର ପ୍ରଫେସର। ଏଭଳି ଉଚ୍ଚଶିକ୍ଷିତ ପରିବାରରେ ଜନ୍ମିତ ଝିଅ ଅପାଲା ମିଶ୍ର ବି ୟୁପିଏସସିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଇ ଡାକ୍ତରୀ ଚାକିରୀ ଛାଡ଼ିଥିଲେ। ସର୍ବଭାରତୀୟ ରାଙ୍କ ବି ଥିଲା-୯। ଇଣ୍ଟରଭ୍ୟୁରେ ବି ଟପ୍ କରିଥିଲେ। ତା ସତ୍ତ୍ୱେ ହୋଇପାରିଲେନି ଆଇଏଏସ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗଲା ୫ ବର୍ଷ ଧରି ସେ ଦୈନିକ ୮ ଘଣ୍ଟା ପଢ଼ୁଥିଲେ। ପର୍ସନାଲିଟି ଟେଷ୍ଟରେ ମୋଟ୍ ୨୭୫ ମାର୍କରୁ ୨୧୫ ରଖି ହାଇଏଷ୍ଟ ସ୍କୋର କରିଥିଲେ।  ଲିଖିତ ପରୀକ୍ଷାରେ ୮୧୬ ମାର୍କ ରଖିବା ସହ ମୋଟ୍ ୧୦୩୧ ମାର୍କ ଆଣିଥିଲେ।  ବିନା କୋଚିଂରେ ୟୁପି ଘାଜିଆବାଦର ଅପାଲା ମାତ୍ର ୨୩ ବର୍ଷରେ ୨୦୨୦ରେ ୟୁପିଏସସି କ୍ରାକ୍ କରିଥିଲେ। ହେଲେ ସେ ଆଇଏଏସ ବଦଳରେ ଆଇଏଫଏସକୁ ବାଛିଥିଲେ। କାରଣ ତାଙ୍କର ଫାଷ୍ଟ ଅପସନ ଥିଲା ଭାରତୀୟ ବୈଦେଶିକ ସେବା। ସେଥିଲାଗି ଆଇଏଏସ ଲାଗି ଚୟନ ହୋଇଥିଲେ ସୁଦ୍ଧା ଏହି ଚାକିରୀକୁ ସେ ପସନ୍ଦ କଲେନି। ଅପାଲାଙ୍କ କହିବା କଥା, ଭାରତକୁ ଆନ୍ତର୍ଜାତିକସ୍ତରରେ ପ୍ରତିନିଧିତ୍ୱ ଲାଗି ତାଙ୍କର ଆରମ୍ଭରୁ ସ୍ୱପ୍ନ ଥିଲା। ସେଥିଲାଗି ଆଇଏଏସ ବଦଳରେ ଆଇଏଫଏସକୁ ସେ ବାଛିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *