ଲରେନ୍ସର ସାର୍ପସୁଟର ସୁଖାକୁ ଧରାଇବା ପଛରେ ମୁମ୍ୱାଇ ପୁଲିସର ଅଣ୍ଡରକଭର ମହିଳା ଅଫିସର!

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପସୁଟର ସୁଖା କେମିତି ଧରାପଡ଼ିଲା। ଆଚମ୍ୱିତ କଲା ଭଳି ଖବର ସାମ୍ନାକୁ ଆସିଛି। ମୁମ୍ୱାଇ ପୁଲିସ ଜଣେ ମହିଳାଙ୍କ ଜରିଆରେ ସାର୍ପସୁଟର ସୁଖାକୁ ଧରିବାକୁ ସକ୍ଷମ ହୋଇଥିଲା। ବୁଧବାର ପାନିପଥସ୍ଥିତ ଏକ ହୋଟେଲରୁ ଧରା ପଡ଼ିଥିଲା ସୁଖା। ସଂପୃକ୍ତ ମହିଳା ମୁମ୍ୱାଇ ପୁଲିସକୁ ଲୋକେସନ ପଠାଇ ସୁଖାକୁ ଧରାଇଥିଲେ। ଅସଲରେ ସଂପୃକ୍ତ ମହିଳା ଥିଲେ ମୁମ୍ୱାଇ ପୁଲିସର ଜଣେ ଅଣ୍ଡରକଭର ଅଫିସର୍। ବୁଧବାର ରାତିରେ ସୁଖା ସଂପୃକ୍ତ ମହିଳା ଅଫିସରଙ୍କୁ ଭେଟିବାକୁ ଆସିଥିଲା। କାରଣ ସେ ଜାଣିନଥିଲା ଯାହା ସହ ଭେଟୁଛି, ସେ ପୁଲିସ ଅଧିକାରୀ। ସୁଟରଙ୍କୁ ନିଜ ମାୟାଜାଲରେ ଆଗ ଟ୍ରାପ୍ କରିଥିଲେ ମହିଳା ଅଧିକାରୀ। ଆଉ ଲୋକେସନ ପଠାଇ ତାଙ୍କୁ ଭେଟିବା ଲାଗି ସ୍ଥାନ ନିରୂପଣ କରି ଡାକିଥିଲେ। ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ଆଗରେ ଫାୟାରିଂ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ସୁଖା। ଲରେନ୍ସ ଗ୍ୟାଙ୍ଗର ସୁଖାକୁ ଧରିବାକୁ ପୁଲିସ ଜାଲ ବିଛାଇଥିଲା। ୩ ମାସ ଆଗରୁ ସୁଖାକୁ ଧରିବାକୁ ଜଣେ ଯୁବ ମହିଳା ଅଧିକାରୀଙ୍କୁ ସୁଖା ସହ ନିୟମିତ କଥା ହେବାକୁ କୁହାଯାଇଥିଲା। ବୁଧବାର ମହିଳା ଅଫିସର ଜଣକ ହୋଟେଲ ଅଭିନନ୍ଦନରେ ରୁମ୍ ବୁକ୍ କରି ସୁଖାକୁ ଡାକିଥିଲେ। ଆଉ ଫୋନ୍ ବାର୍ତ୍ତାଳାପରେ ସୁଖାକୁ କହିଥିଲେ ଯେ, ସେ ନିଶାଗ୍ରସ୍ତ ଅଛନ୍ତି। ସେ କେଉଁଠି ଅଛନ୍ତି ଜାଣିପାରୁନାହାନ୍ତି। ସେଥିଲାଗି ଯେଉଁଠି ଅଛି, ସେଠାରୁ ଲୋକେସନ ପଠାଉଛି। ଆସ କହି ଡାକିବା ପରେ ସୁଖାକୁ ପୁଲିସ ମାଡ଼ିବସିଥିଲା। ବାବା ସିଦ୍ଦିକିଙ୍କୁ ହତ୍ୟା ପୂର୍ବରୁ ସଲମାନଙ୍କୁ ଅନେକ ବାର ମାରିବାକୁ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ୍ ଥିଲା ସୁଖା। ସୁଖା ହିଁ ସଲମାନଙ୍କୁ ମାରିବାକୁ ୨୫ଲକ୍ଷର ଟଙ୍କାର ସୁପାରି ଦେଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *