ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ

ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’ । ଏହାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଗଲାଣି ବର୍ଷା । ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ସର୍ବାଧିକ ୬3.୯ ମିମି ବର୍ଷା ରେକର୍ଡ କରିଯାଇଥିବା ବେଳେ ଚାନ୍ଦବାଲି ରେ ୪୬.୨ କରିଥିବାବେଳେ କୁଜଙ୍ଗ ଓ କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ୨୭ ମିମି ବର୍ଷା ରେକର୍ଡ କରିଛି ।ସେହିଭଳି ରାଜନଗରରେ ୨୪. ନୀଳଗିରିରେ ୨୩ ମିମି ବର୍ଷା ରେକର୍ଡ କରିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୨୨.୫ , ଆଳିରେ ୨୧ ମିମି ବର୍ଷା ରେକର୍ଡ କରିଛି । ସେପଟେ ସମ୍ଭାବ୍ଯ ବାତ୍ଯା ଦାନା କୁ ନେଇ ସମୁଦ୍ର କୂଳରେ ୧୬୩ ଲାଗୁ ରହିଛି | ପାରାଦୀପ ସମୁଦ୍ର କୂଳ କୁ କୌଣସି ପ୍ରବେଶ ଉପରେ ଲଗିଲା କଟକଣା |  ସମୁଦ୍ର ଅଶାନ୍ତ ଥିବା ହେତୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଲାଗୁ କଲେ ୧୬୩ ବିଏନଏସଏସ ଧାରା |

ଏପଟେ ବାତ୍ୟା ପାଇଁ ଚିଲିକାରେ ଭସାପୋଲ ବନ୍ଦ କରିଛି ପ୍ରଶାସନ । ପବନ ଓ ବର୍ଷା କମିବା ପର୍ୟ୍ୟନ୍ତ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ଦିଆଯାଇଛି । କୃଷ୍ଣପ୍ରସାଦର ୧୪ଟି ପଞ୍ଚାୟତବାସୀ ଭସାପୋଲରେ ନିର୍ଭରଶୀଳ ରହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *