୩ ବର୍ଷ ହେଲା କପଡ଼ା ଫ୍ୟାକ୍ଟ୍ରିରେ କାମ କରୁଥିଲେ ଅଭିନେତା ସୂରିୟା। ମାଆଙ୍କୁ ୨୫ ହଜାର ଟଙ୍କା ଯୋଗାଡ କରି ଦେବାକୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ନଭେମ୍ୱର ୧୪ରେ କଙ୍ଗୁଭା ଫିଲ୍ମ ରିଲିଜ ଅବସରରେ ଏହି ସୂଚନା ଦେଇଛନ୍ତି ସାଉଥ୍ ଅଭିନେତା ସୁରିୟା। ଦିଶା ପଟ୍ଟାନି ଓ ବବି ଦେଓଲ ବି ଏହି ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମ କ୍ୟାରିଅର କରିବା ଆଗରୁ ସେ କପଡ଼ା ଫ୍ୟାକ୍ଟ୍ରିରେ କାମ କରୁଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ସୂରିୟା। ଆଗ ଟ୍ରେନି ଇଣ୍ଟର୍ଣ୍ଣ ହିସାବରେ ୧୫ ଦିନ ଯାଏ ୭୫୦ ଟଙ୍କା ପାଉଥିଲେ। ତା ପରେ ମାସକୁ ୧୨ଶହ ଟଙ୍କା ପାଇଥିଲେ। ୩ ବର୍ଷ କାମ କଲା ପରେ ସେ ପାଇଥିଲେ ମାସିକ ୮ହଜାର ଟଙ୍କା। ତାଙ୍କ ପରିବାର ଋଣଚାପରେ ବୁଡ଼ିଥିଲେ। ତାଙ୍କ ମାଆ ତାଙ୍କ ବାପାଙ୍କ ଅଜାଣତରେ ୨୫ହଜାର ଟଙ୍କା ଋଣ ନେଇଥିଲେ। ଅଭିନେତା ସତ୍ତ୍ୱେ ତାଙ୍କ ବାପା ଅନେକ ସମୟରେ କାମ ପାଉନଥିଲେ। ଆର୍ଥିକ ଅସ୍ଥିରତା ଥିଲା। ଆଉ ଏହି ପରିସ୍ଥିତିରୁ ବର୍ତ୍ତିବାକୁ ସେ କପଡ଼ା ଫ୍ୟାକ୍ଟ୍ରିରେ କାମ କରିବାକୁ ବାଧ୍ୟ ହୋଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now