ଇରାନ ଉପରେ ଏୟାର ଷ୍ଟ୍ରାଇକ୍ । ଭୋରୁ ଘନଘନ ବୋମା ବର୍ଷା । ଶନିବାର ଭୋରୁ ଇରାନ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଛି ଇସ୍ରାଏଲ । ଇରାନ ଆକ୍ରମଣର ପାଲଟା ଜବାବ ଦେଇ ରାଜଧାନୀରେ ତେହରାନ ଉପରେ ବୋମା ବର୍ଷା କରିଛି । ଏହି ଭୀଷଣ ହମଲାରେ ତତ୍କାଳ କ୍ଷୟକ୍ଷତିରେ କୌଣସି ରିପୋର୍ଟ ମିଳିନାହିଁ, ହେଲେ ଇରାନର ସେନା ଶିବିର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ଏହି ହମଲାକୁ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ମଧ୍ୟ ସ୍ପଷ୍ଟ କରିଛି ।
ସୂଚନା ଅନୁଯାୟୀ, ଇସ୍ରାଏଲ ସେନା ଏହି ଆକ୍ରମଣ ପୂର୍ବ ପ୍ରସ୍ତୁତି ଅନୁଯାୟୀ କରିଛି । ଏଥିରେ ଶହେରୁ ଅଧିକ ଫାଇଟର ଜେଟ୍ ବ୍ୟବହାର ହୋଇଥିଲା । ଅକ୍ଟୋବର ପହିଲାରେ ଇରାନ କରିଥିବା ଆକ୍ରମଣର ଜବାବ ଦେଇଛି ଇସ୍ରାଏଲ । ଏଫ-35 ଫଇଟର ଜେଟ୍ ଦ୍ବାରା ୨ହଜାର କିଲୋମିଟର ଦୂର ଟାର୍ଗେଟକୁ ହିଟ୍ କରାଯାଇଥିଲା । ଜଣେ ଆମେରିକା ଅଧିକାରୀ ନ୍ୟୁଜ୍ ଏଜେନ୍ସି ରୟଟର୍ସକୁ ସୂଚନା ଦେଇ କହିଛନ୍ତି, ଇରାନ ଉପରେ ଆକ୍ରମଣ ହେବା ପୂର୍ବରୁ ଆମେରିକା ଗୁଇନ୍ଦା ସଂସ୍ଥାକୁ ସୂଚନା ଥିଲା । ମାତ୍ର ଏହି ଅପରେସନରେ ଆମେରିକା ସେନା ସାମିଲ୍ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଏଥିରେ ସାମିଲ୍ ନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now