ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ହାମଲା

ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଅଖନୁର ଅଞ୍ଚଳରେ ସେନା ଗାଡ଼ି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ସୂଚନା ଅନୁଯାୟୀ ୩ ଜଣ ଆତଙ୍କବାଦୀ ସେନା ଗାଡି ଉପରେ ଆଖିବୁଜା ଗୁଳିମାଡ କରିଛନ୍ତି । ସକାଳ ପ୍ରାୟ ୭ଟା ବେଳେ ଆକ୍ରମଣ ହୋଇଛି । ଏହି ଆତଙ୍କବାଦୀ ହମଲା ପରେ ପୁରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ ।

ତେବେ ଜାମ୍ମୁ କାଶ୍ମୀର ରେ କିଛି ଦିନ ହେବ ଆତଙ୍କବାଦୀ ଆକ୍ରମଣ ବଢିବାରେ ଲାଗିଛି । କିଛି ଦିନ ତଳେ ୨ଟି ଆର୍ମୀ ଟ୍ରକ୍ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

ଏଥିରେ ୨ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ଗତ ଏକ ସପ୍ତାହ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ୨ ଜଣ ଆର୍ମୀ ଯବାନଙ୍କ ସମେତ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *