କଟକରେ ଲଜ୍ଜା ,କଲେଜ୍ ଛାତ୍ରୀ ଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବ୍ଲାକମେଲିଂ କରି ବ୍ୟଭିଚାର କଲେ ବୟଫ୍ରେଣ୍ଡ୍। ଅନ୍ୟ ୬ ସାଙ୍ଗଙ୍କ ସହ ଏହି ବର୍ବରକାଣ୍ଡ ଭିଆଇଲେ ବୟଫ୍ରେଣ୍ଡ୍। କଟକ ସହରର ଜଣେ ଦଳିତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଚାରିଆଡ଼େ ହଇଚଇ ଖେଳାଇଦେଇଛି। ଦଶହରା ସମୟର ଏହି ଛାତିଥରା ଘଟଣା ଏବେ ସାମ୍ନାକୁ ଆସିଛି। କାଫେରେ ଜନ୍ମଦିନ ପାଳନ ଅବସରରେ ଅଜାଣତରେ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନରୁ ବ୍ଲାକମେଲିଂ ପରେ ଗଣଦୁଷ୍କର୍ମ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ରାଜଧାନୀ ଭୁବନେଶ୍ଵର ପରେ କଟକ ରେ ଗଣଦୁଷ୍କର୍ମ ର ଅଭିଯୋଗ । ଜଣେ କଲେଜ୍ ଛାତ୍ରୀ ଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଛାତ୍ରୀଙ୍କ ର ବୟଫ୍ରେଣ୍ଡ୍ ଓ ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ନେଇ ବାଦାମବାଡ଼ି ଥାନାରେ ହୋଇଛି ଅଭିଯୋଗ । ଛାତ୍ରୀଙ୍କ ର ଆପତ୍ତିଜନକ ଭିଡ଼ିଓ ଉଠାଇ, ବ୍ଲାକମେଲ୍ କରିବା ସହିତ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଦୁଷ୍କର୍ମ ନେଇ କଟକ ଡିସିପି ପ୍ରତିକ୍ରିୟାରେ କହିଛନ୍ତି ଏ ଘଟଣାରେ ବାଦାମବାଡ଼ି ଥାନା ପୋଲିସ ବୟଫ୍ରେଣ୍ଡ୍ ସମେତ ୬ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ୬ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ତିନି ଜଣ କଟକ ଝାଞ୍ଜିରୀମଙ୍ଗଳା ଅଞ୍ଚଳର ହୋଇଥିବା ବେଳେ ଜଣେ ବାରଙ୍ଗ ଅଞ୍ଚଳର। ଅନ୍ୟ ଜଣେ କ୍ୟାଫେ ମାଲିକ ଭରତପୁର ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ଖୋର୍ଦ୍ଧା ଅଞ୍ଚଳର ବୋଲି ପୋଲିସ କହିଛି।  ୪ ନଭେମ୍ବର ରେ ବାଦାମବାଡ଼ି ଥାନାରେ ଏକ ମାମଲା ହୋଇଥିଲା । ୫ ତାରିଖ ରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ  ୬ ତାରିଖରେ ଆଉ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।  ବାଦାମବାଡ଼ି ଏବଂ ପୁରିଘାଟ ଦୁଇଟି ଥାନା ଅଧିକାରୀଙ୍କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରୁଛି । ଅଭିଯୁକ୍ତ ମାନେ ଭିଡିଓ ଅନ୍ୟ କେଉଁଆଡ଼େ ସେୟାର କରିଛନ୍ତି କି ନାହିଁ ଯାଞ୍ଚ ଚାଲିଛି । କାଫେ କର୍ମଚାରୀ ଏହି ଘଟଣାରେ ସାମିଲ ଥିବା ବେଳେ କାଫେ କୁ ଖୁବଶୀଘ୍ର ସିଲ କରାଯିବ । କାଫେ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ସବୁ ଅଭିଯୁକ୍ତଙ୍କ ମୋବାଇଲ କୁ ମଧ୍ୟ ପୋଲିସ ଜବତ୍ କରାଯାଇଛି । ପୁରୀଘାଟ ଅଞ୍ଚଳରେ ଥିବା କାଫେରେ ଏବଂ ବାରଙ୍ଗ ଅଞ୍ଚଳ ଦୁଇଟି ଜାଗାରେ ଘଟଣା ଘଟିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛି । ଏହି ଦୁଷ୍କର୍ମ ଘଟଣାରେ ଏସ.ସି.ଏସ.ଟି ଆକ୍ଟ ଲଗାଯାଇଛି ବୋଲି କହିଛନ୍ତି କଟକ ଡିସିପି ।

ସୂଚନା ଅନଯାୟୀ ଗତ ଦଶହରା ସମୟରେ କଟକ ପୁରୀଘାଟ ଅଞ୍ଚଳରେ ଏକ କ୍ୟାଫେ ରେ ଛାତ୍ରୀ ଜଣକ ତାଙ୍କ ବୟଫ୍ରେଣ୍ଡ ସହ ଜନ୍ମଦିନ ପାଳନ କରିଥିଲେ । ସେଠାରେ ଛାତ୍ରୀଙ୍କ ଅଜାଣତରେ ଆପତ୍ତିଜନକ ଭିଡ଼ିଓ ଉତ୍ତୋଳନ କରିଥିଲା ଅଭିଯୁକ୍ତ ବୟଫ୍ରେଣ୍ଡ୍ । ଏଥିରେ ସହଯୋଗ କରିଥିଲା କ୍ୟାଫେ ମାଲିକ । ତେବେ ସେହି ଭିଡ଼ିଓ ରଖି କ୍ୟାଫେ ମାଲିକ, ଏବଂ ବୟଫ୍ରେଣ୍ଡ୍ ସାଙ୍ଗ ମାନେ ତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡ଼ାକିଥିଲେ । ଛାତ୍ରୀ ଜଣକ ସେଠାରେ ପହଞ୍ଚିବା ପରେ ତାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *