ପରିଖି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ପରିଖି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ । ସଦର ଥାନା ପରିଖି ପଞ୍ଚାୟତ ଅନ୍ତର୍ଗତ ଗୋକୁଳପୁର ଗ୍ରାମର କଳ୍ପନା ଗିରି ହତ୍ୟା ଘଟଣାର ଅଭିଯୁକ୍ତକୁ ଗୁରୁବାର ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଶ୍ୱଜିତ ମାଇତି । ଅଭିଯୁକ୍ତଙ୍କ ଘର ମୃତ ମହିଳାଙ୍କ ଗ୍ରାମରେ। ତେବେ ଗତ ୪ ତାରିଖ ଦିନ ସଦର ଥାନା ଅଞ୍ଚଳ ପରିଖି ଠାରେ ଜଣେ ମହିଳାଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାର ପ୍ରକୃତ କାରଣକୁ ନେଇ ଏବେ ବି ତଦନ୍ତ ଚାଲୁଥିଲେ ବେଳେ ଅଶ୍ଳୀଳ ଭିଡିଓକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି। ମୃତ ମହିଳା କଳ୍ପନା ଏବଂ ବିଶ୍ୱଜିତ୍‌ଙ୍କ ମଧ୍ୟରେ ପୂର୍ବରୁ ଘନିଷ୍ଠ ସମ୍ପର୍କ ଥିଲା । ତେବେ ଘଟଣା ଦିନ ଏକ ଅଶ୍ଳୀଳ ଭିଡିଓକୁ ନେଇ ଉଭୟ ବିଶ୍ଵଜିତ ଏବଂ ମୃତ କଳ୍ପନାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଳ୍ପନା ନିଜ ମୋବାଇଲରେ ଏହି ଅଶ୍ଳୀଳ ଭିଡିଓ ରଖିଥିଲେ। ଏହି ଭିଡିଓକୁ ଡିଲିଟ କରିବା ପାଇଁ ବିଶ୍ୱଜିତ ପୂର୍ବରୁ କଳ୍ପନାଙ୍କୁ କହି ଆସୁଥିଲେ। ଘଟଣା ଦିନ ମଧ୍ୟ ଏନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ସେମାନେ ବୁଝାମଣା କରିବା ପାଇଁ ଘଟଣାସ୍ଥଳକୁ ଆସିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଆଲୋଚନା ସମାଧାନ ନ ହେବାରୁ ବିଶ୍ୱଜିତ ଏକ କାଠ ଫାଳିଆରେ କଳ୍ପନାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ଫଳରେ କଳ୍ପନାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ବିଶ୍ୱଜିତ୍ କଳ୍ପନାଙ୍କ ମୋବାଇଲକୁ ପାଖ ଚିଙ୍ଗୁଡ଼ି ଗଡ଼ିଆରେ ଫିଙ୍ଗି ଦେବା ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ଡ. ବେଉରା ସୂଚନା ଦେଇଥିଲେ। ଅଭିଯୁକ୍ତ ହତ୍ୟାକାଣ୍ଡ ସମ୍ପର୍କରେ ସ୍ବୀକାର କରିବା ପରେ ପୋଲିସ ପକ୍ଷରୁ ଚିଙ୍ଗୁଡ଼ି ଗାଡ଼ିଆକୁ ଶୁଖାଯିବା ସହ ମୃତ କଳ୍ପନାଙ୍କ ମୋବାଇଲଜବତ କରିଛି। ଏହା ବ୍ୟତୀତ ଅଭିଯୁକ୍ତଙ୍କ ମୋବାଇଲ ସହ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ମଧ୍ୟ ଜବତ କରାଯାଇଛି ବୋଲି ଏସ୍‌ ଡିପିଓ ପିଓ ସୂଚନା ଦେଇ ଦେଇଥିଲେ।

ତେବେ କଳ୍ପନାଙ୍କ ମୋବାଇଲରେ କାହାର ଅଶ୍ଳୀଳ ଭିଡିଓ ଥିଲା; ସେନେଇ ତଦନ୍ତ ଆରମ୍ଭ ହୋଇଛି। । କଳ୍ପନାଙ୍କ ମୋବାଇଲ ଲ୍ୟାବକୁ ପଠା ପଠାଯାଇଛି। ରିପୋର୍ଟ ଆସିଲେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ସେ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଦର ଥାନା ଆଇଅ ଇଆଇସି ଦୟାନିଧି ଦାସ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏଭଳି ହତ୍ୟା ଘଟଣା ଗତ ୩ ତାରିଖରେ ଘଟିଥିଲା। ରାସ୍ତ କଡ଼ରୁ କଳ୍ପନାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହେବା ପରେ ତାଙ୍କ ସ୍ବାମୀ ପବନ କୁମାର ଗିରି ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନଂ ୪୪୦/ ୨୪ରେ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *