ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ର ଶେଷ ସୋମବାର। ପବିତ୍ର କାର୍ତ୍ତିକ ମାସରେ ଦେବ ଦେବ ମହାଦେବ ଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିବା ସହ ସବୁ ଦୁଃଖ ଦୂର ହୋଇଥାଏ ଓ ଶାନ୍ତି ମିଳିଥାଏ ବୋଲି ଲୋକଙ୍କର ଆଶା ଅଛି। ସେଥିପାଇଁ କାର୍ତ୍ତିକ ମାସରେ ସବୁ ଶୈବ ପୀଠମାନଙ୍କରେ ନାହିଁନଥିବା ଭିଡ ଲାଗିରହିଥାଏ। ସେହିଭଳି ରାୟଗଡ଼ା ଜିଲ୍ଲାର ଐତିହାସିକ ଶୈବପୀଠ ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି। ଗୁଣପୁର ର ସୋଫଳି ଫାହାଡ ବାଘୁଆ ଦେଉଳ ରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସେହିପରି ପଦ୍ମପୁର ର ବାବା ଶ୍ରୀ ମଲିକେଶ୍ୱର, ଧବଳେଶ୍ଵର, ପୁଡେକଶ୍ୱର ବାବା ନୀଳକଣ୍ଠେଶ୍ଵର ମନ୍ଦିରରେ ଭୋର ୩ଟାରୁ ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି, ମହାସ୍ନାନ, ସିଙ୍ଗାର, ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା। ତାପରେ ଭୋଗ ହେବା ପରେ ଭକ୍ତ ମାନେ ସାଧାରଣ ଦର୍ଶନ କରୁଛନ୍ତି ବୋଲି ପୂଜକ କହିଛନ୍ତି। ସେହିଭଳି ବାବା ଶ୍ରୀ ମଲିକେଶ୍ୱର ଙ୍କୁ ଦର୍ଶନ କରିବା ପରେ ଶାନ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁ ମାନେ କହିଛନ୍ତି।
ସେହିପରି ବାବା ଧବଳେଶ୍ୱର ପୀଠରେ ପହିଲି ପଞ୍ଚୁକ ବଡ଼ ଧୂମଧାମ ଆରମ୍ଭ ହୋଇଯାଇଛି।ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ରାତି ୩ ଟା ରେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।ସେପଟେ ଧାଡିରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ.ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ଛକ ଓ ପ୍ରବେଶ ସ୍ଥାନ ଗୁଡିକ ବ୍ୟାପକ ପୋଲିସ ଫୋର୍ସ ରହିଛନ୍ତି ମୁତୟନ.
Naxatra News is now on Whatsapp
Join and get latest news update delivered to you via whatsapp
Join Now