ଟେନସନ ଦେଲେ ମାଇକ୍ ଟାଇସନ୍। ବ୍ଲକବଷ୍ଟର ବକ୍ସିଂ ମ୍ୟାଚରେ ଫେସ-ଅଫ ବେଳେ ପ୍ରତିପକ୍ଷ ଜୈକ୍ ପଲଙ୍କୁ ଚାପୁଡ଼ା ମାରିଛନ୍ତି ଟାଇସନ୍। ୫୮ ବର୍ଷୀୟ ମାଇକ୍ ଟାଇସନଙ୍କ ବାଉଟ୍ ୨୭ ବର୍ଷର ପଲଙ୍କ ସହ ହେବ। ୧୯ ବର୍ଷ ପରେ ଏହା ଟାଇସନଙ୍କ ହେବ ପ୍ରଥମ ପେଶାଦାର ଫାଇଟ୍। ଟାଇସନ୍ ଓ ପଲଙ୍କ ଭିତରେ ହେଭିଓ୍ୱେଟ୍ ଫାଇଟ୍ ଟେକ୍ସାସର ଆଲିଙ୍ଗଟନ୍ରେ ଏଟି ଆଣ୍ଡ ଟି ଷ୍ଟାଡିଅମରେ ହେବାକୁ ଯାଉଛି। ତେବେ ଟାଇସନ ପଲଙ୍କୁ ଏମିତି ଚାପୁଡ଼ା ମାରିବା ପଛର କାରଣ ହେଉଛି ଯେ, ଯେତେବେଳେ ଦୁଇ ଫାଇଟର ପ୍ରଥମ ଥର ମୁହାଁମୁହିଁ ହୋଇଥିଲେ। ପଲ୍ ଟାଇସନଙ୍କୁ ଉସୁକାଇବାକୁ ପ୍ରୟାସ କରିଥିଲେ। ଆଉ ପ୍ରତିବଦଳରେ ବକ୍ସର ଟାଇସନ ପଲଙ୍କୁ ଚାପୁଡ଼ା ମାରିଥିଲେ। ଏଭଳି ଫାଇଟ୍ ଦେଖି ଦୁଇ ଯୋଦ୍ଧାଙ୍କ ଟିମ୍ ହସ୍ତକ୍ଷେପ ପରି ପରସ୍ପରକୁ ଦୂରେଇ ଦେଇଥିଲେ। ଆଜି ସିନା ଚାପୁଡ଼ା ଖାଇଲି। କିନ୍ତୁ ମ୍ୟାଚରେ ଏହାଠୁ ଅଧିକ ମାଡ଼ ଖାଇବେ ଟାଇସନ ବୋଲି ଚ୍ୟାଲେଞ୍ଜ କରିଛନ୍ତି ପଲ୍। ଏ ଘଟଣା ଏବେ ବ୍ୟକ୍ତିଗତସ୍ତରକୁ ଆସିସାରିଛି। ନିଜ କ୍ୟାରିଅରର ୫୦ ଜିତରୁ ୪୪ ନକଆଉଟ୍ ଜିତ୍ ହାସଲ କରିଥିବା ହେଭିଓ୍ୱେଟ ଚାମ୍ପିଅନ୍ ମାଇକ ଟାଇସନ୍ ପୁଣି ଥରେ ବକ୍ସିଂ ରିଂକୁ ଓହ୍ଲାଇ ଦମଦାର ପ୍ରଦର୍ଶନ କରିବେ ବୋଲି କଥା ଦେଇଛନ୍ତି। ଦୁଇ ଫାଇଟର ୨୩୦ ପାଉଣ୍ଡ ମାର୍କ ଭିତରେ ନିଜର ଓଜନ କରାଇଥିଲେ। ପଲଙ୍କ ଓଜନ ୨୨୭.୨ ପାଉଣ୍ଡ ହୋଇଥିଲା ବେଳେ ଟାଇସନଙ୍କ ଓଜନ ୨୨୮.୪ ପାଉଣ୍ଡ ହେଲା। ଏହି ବାଉଟ୍ ଜୁଲାଇରେ ଆୟୋଜିତ ହେବାର ଥିଲା। କିନ୍ତୁ ଟାଇସନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ଏହାକୁ ସ୍ଥଗିତ କରିଦିଆଯାଇଥିଲା। ଏହି ଫାଇଟ୍ ଦୁଇ ମିନିଟର ୮ ରାଉଣ୍ଡ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now