ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମ ପୀଠରେ ଝୁଲୁଛି ତାଲା

ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମ ପୀଠରେ ପଡିଛି ତାଲା । ୩ଦିନ ହେଲା ଉପବାସରେ ଜଗନ୍ନାଥ ଓ ନିତ୍ୟ ଭାଗବତ ପଠନ ବନ୍ଦ । ଓଡ଼ିଆ ଭାଗବତର ଶ୍ରଷ୍ଠା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମ ପୀଠରେ ଆଜକୁ ତିନିଦିନ ହେଲା ପଡିଛି ତାଲା । ନିତ୍ୟ ଭାଗବତ ପଠନ ହୋଇଯାଇଛି ବନ୍ଦ । ସେବାକାର୍ଯ୍ୟକୁ ନେଇ ଉପୁଜିଥିବା ବିବାଦ ପାଇଁ ତାଲା ପଡିଯାଇଛି ମନ୍ଦିରରେ । ଓଡ଼ିଆ ଜାତିର ପ୍ରାଣ ଓଡ଼ିଆ ଭାଗବତ ଆଜି ବିପଦରେ । ଓଡ଼ିଆ ଅସ୍ମିତାକୁ ନେଇ ସନ୍ଦେହ ସୃଷ୍ଟି ହେବାକୁ ବସିଲାଣି । ଅତିବଡ଼ି କଗନ୍ନାଥ ପୀଠରେ ଥିବା ଜଗନ୍ନାଥ ମନ୍ଦିର ଖୋଲିବା ସହିତ ନିତ୍ୟ ଭାଗବତ ପଠନ ଚାଲୁ ରଖିବା ପାଇଁ ଗ୍ରାମବାସୀ ଦାବି କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ନିଦାବିଷ୍ଣୁ ସାଜିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *