ହସ୍ପିଟାଲରେ ଭର୍ତ୍ତି ହେଲେ ଆରବିଆଇ ଗଭର୍ଣ୍ଣର

ହସ୍ପିଟାଲରେ ଭର୍ତ୍ତି ହେଲେ ଆରବିଆଇ(Reserve Bank of India ) ଗଭର୍ଣ୍ଣର । ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।ତେବେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେ ଆସନ୍ତା ୨ରୁ ୩ଘଣ୍ଟା ଭିତରେ ଡିସଚାର୍ଜ ହେବା ନଇ ଆରବିଆଇର ଜଣେ ଅଧିକାରୀ କହିଛନ୍ତି । ତେବେ ପ୍ରକୃତରେ ସେ କେଉଁ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେନେଇ ପ୍ରକୃତ କାରଣ ସ୍ପଷ୍ଚ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *