ରେସଲର ବଜରଙ୍ଗ ପୁନିଆ ୪ ବର୍ଷ ହେଲେ ବ୍ୟାନ

ପୁନିଆଙ୍କୁ ବଡ଼ ଝଟକା ଦେଲା ନାଡା । ବଜରଙ୍ଗ ପୁନିଆ ୪ ବର୍ଷ ହେଲେ ବ୍ୟାନ୍‌ । ଡୋପି କୋଡ୍‌ ଉଲଂଘନ ନେଇ ବଜରଙ୍ଗ ପୁନିଆଙ୍କ ଉପରେ ୪ ବର୍ଷର ବ୍ୟାନ୍‌ ଲଗାଇଛି ନାସନାଲ୍‌ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା । 

ଡୋପିଂ କୋଡ୍ ଉଲଂଘନ ନେଇ ବଜରଙ୍ଗ ପୁନିଆଙ୍କ ଉପରେ ନାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସୀ- NADA ର ବଡ ଆକ୍ସନ୍ । ପୁନିଆଙ୍କ ଉପରେ ୪ବର୍ଷ‍ ବ୍ୟାନ କଟକଣା ଲଗାଯିବା ପରେ ତାଙ୍କ କୁସ୍ତି କ୍ୟାରିଅର ଅନ୍ତ ହୋଇଯିବା ଆଶଙ୍କା କରାଯାଉଛି । ଜାତୀୟ ଦଳରେ ଚୟନ ପାଇଁ ଗତ ମାର୍ଚ୍ଚ ୧୦ ତାରିଖରେ ଡୋପିଂ ଟେଷ୍ଟ ଲାଗି ସେ ନମୁନା ଦେବାକୁ ମନା କରି ଦେଇଥିଲେ। ଏନେଇ ପ୍ରଥମେ ତାଙ୍କୁ ୨୩ ଏପ୍ରିଲ୍ ରେ ସସପେଣ୍ଡ କରି ଦିଆଯାଇଥିଲା । ଏହାପରେ ୟୁନାଇଟେଡ୍ ୱାର୍ଲଡ ରେସଲିଂ ସଂସ୍ଥା ମଧ୍ୟ ନିଲମ୍ବିତ କରିଥିଲା ।  ଏହା ବିରୋଧରେ ବଜରଙ୍ଗ ପୁନିଆ ଅପିଲ କରିଥିଲେ । ନାଡା ୪ବର୍ଷ ଅଯୋଗ୍ୟ ଘୋଷଣା କରିବା ପରେ ବଜରଙ୍ଗ ପୁନିଆ କୋଚିଂ ମଧ୍ୟ ଦେଇ ପାରିବେ ନାହିଁ । ଏପରିକି ବିଦେଶରେ ମଧ୍ୟ କୋଚିଂ ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *