ଉତ୍ତରପ୍ରଦେଶ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୫ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ମୃତ ସମସ୍ତ ଡାକ୍ତର ସୈଫଇ ମେଡିକାଲ ବିଶ୍ୱବିଦ୍ୟାଳୟର ପିଜି ଛାତ୍ର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ବୁଧବାର ଭୋର ସମୟରେ ଏକ ଗାଡିରେ ୬ଜଣ ଆଗ୍ରା ଯାଉଥିବା ବେଳେ ଗାଡିଟି ଡିଭାଇଡରରେ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା । ଅପରପଟୁ ଆସୁଥିବା ଏହି ଟ୍ରକଟି ଗାଡି ଉପରେ ଚଢି ଯାଇଥିଲା। ଗାଡିରେ ବସିଥିବା ଅନ୍ୟ ଜଣେ ଡାକ୍ତରଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now