ଆସିବ ଗୋ ହତ୍ୟା ନିରୋଧ ବିଲ : ଆଇନ ମନ୍ତ୍ରୀ

ବିଦେଶକୁ ଗୋମାଂସ ପଠାଇବାରେ ଉତ୍ତରପ୍ରଦେଶ ପ୍ରଥମ, ମଧ୍ୟପ୍ରଦେଶ ଦ୍ଵିତୀୟ। ସେଠାରେ ମାଆକୁ କାଟିବା factory ହୋଇଛି। ସେଥିରେ କେଉଁ ଦଳ ଲୋକ ସମ୍ପୃକ୍ତ, ଜାଣିବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଆନ୍ଧ୍ରକୁ କେଉଁମାନେ ଷଣ୍ଢ ଚାଲାଣ କରୁଛନ୍ତି, ତାହା ସ୍ପଷ୍ଟ ହେବା ଦରକାର। ଗୋହତ୍ୟା ନିରୋଧ ଆଇନକୁ ବିରୋଧ କରୁନୁ। ହେଲେ ଆଗ ବିଦେଶକୁ ଗୋମାଂସ ଚାଲାଣ ବନ୍ଦ କରାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ। ସେପଟେ ବିଭିନ୍ନ କ୍ଷେତ୍ରକୁ ବିଚାର କରି ଗୋହତ୍ୟା ରୋକିବାକୁ ପଦକ୍ଷେପ ନିଆଯାଉଛି। ଏ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଗୋହତ୍ୟା ଓ ଗୋଚାଲାଣ ରୋକାଯାଇ ଗୋ ବଂଶ ବୃଦ୍ଧି ହେବ। ଯେଉଁମାନେ ଗୋ ଚାଲାଣ କରୁଛନ୍ତି, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଅନ୍ୟପଟେ ଗୋହତ୍ୟା ରୋକିବାକୁ ନେଇ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଟାର୍ଗେଟ। ଆଇନ ମନ୍ତ୍ରୀ କହିଲେ ଗୋ ହତ୍ୟା ନିରୋଧ ବିଲ ଆସିବ। ଗୋ ସୁରକ୍ଷା ପାଇଁ ଆଇନରେ ବିଧାନ ରହିବ। କଡାରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୋହତ୍ୟା ରୋକିବାକୁ ସ୍ୱାଗତ କଲେ ପ୍ରମିଳା। ପ୍ରଥମେ ଚି଼ହ୍ନଟ କରନ୍ତୁ କେଉଁ ଦଳର ଲୋକ ଗୋ ଚାଲାଣ କରି ଗୋମାଂସ ବିକୁଛନ୍ତି। ତା ପରେ ବିଲ ଆଣନ୍ତୁ। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ ନ କରାଯାଉ ବୋଲି ପ୍ରମିଳା କହିଛନ୍ତି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *