ଆଜି ଜନ୍ମ ମାଟିକୁ ଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ଜନ୍ମମାଟି ମୟୁରଭଞ୍ଜକୁ ଆଜି ଚତୁର୍ଥ ଥର ପାଇଁ ଗସ୍ତ କରିବେ। ପ୍ରଥମଥର ପାଇଁ ଯିବେ ନିଜ ବାପ ଘର ଉପରବେଡା । ଗାଁର ଝିଅ ରାଷ୍ଟ୍ରପତି ହୋଇ ପ୍ରଥମ ଥର ପାଇଁ ନିଜ ଗାଁରେ ପାଦ ଥାପୁଛନ୍ତି । ମାଟିର ଝିଅ ତଥା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ମହାମହିମଙ୍କୁ ସ୍ୱାଗତ କରିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି ଗାଁ ଲୋକଙ୍କ ସହ ସାଙ୍ଗସାଥି ଓ ପରିବାର ବର୍ଗ । ସଜେଇ ହେଇଛି ରାଷ୍ଟ୍ରପତିଙ୍କ ଜନ୍ମମାଟି ଉପରବେଡା ।ଆଜି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ରଙ୍ଗାମାଟିଆ ଅସ୍ଥାୟୀ ହେଲିପାଡରେ ଓହ୍ଲାଇବେ ରାଷ୍ଟ୍ରପତି । ସେଠାରୁ କଡ଼ା ସୁରକ୍ଷାରେ ଯାଇ ଉପରବେଡା ଯାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ । ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପରେ ନିଜ ଘରେ ପରିବାର ଲୋକଙ୍କୁ ଭେଟି ରାଇରଙ୍ଗପୁର ଅଭିମୁଖେ ବାହାରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ହୁଏ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି । ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *