କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଠାରେ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି l ଜିଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବ୍ୟକ୍ତିଗତ ଜମି ଅଧିଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି l ଏହି କ୍ରମରେ ଜମି ଅଧିଗ୍ରହଣ ପାଇଁ ୧୨୮୧ ଜଣ ଜମି ମାଲିକଙ୍କୁ ନୋଟିସ କରାଯାଇଛି l ଏଥିରେ ୬ ଗୋଟି ମୌଜାର ଜମି ରହିଛି l ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ବେଳେ ଏହି ଜମି ମାଲିକମାନେ ପ୍ରଶାସନକୁ ସହଯୋଗ କରିଥିଲେ l ଏହି ଜମି ଅଧିଗ୍ରହଣ ନୋଟିସ ସମ୍ପୃକ୍ତ ପଞ୍ଚାୟତ, ଗାଁ ଓ ବ୍ଲକ କାର୍ଯ୍ୟାଳୟ ରେ ମଧ୍ୟ ଲଗାଇ ଦିଆଯାଇଛି l
Naxatra News is now on Whatsapp
Join and get latest news update delivered to you via whatsapp
Join Now