ଆସନ୍ତା କାଲି ବରଗଡ଼ ଜିଲ୍ଲା ସୋହେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କର ଏହି ଗସ୍ତରେ ସେ ଇଚ୍ଛାପାଲି ପଡ଼ିଆରେ ଚାଷୀଙ୍କୁ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଧାନର ସର୍ବନିମ୍ନ ମୂଲ୍ୟ କ୍ଵିଣ୍ଟାଲ ପିଛା 2300 ଟଙ୍କା ଓ ଇନପୁଟ ସହାୟତା 800 ଟଙ୍କା ସହ ସମୁଦାୟ 3100 ଟଙ୍କା ପ୍ରଦାନ ବ୍ୟବସ୍ଥା ଶୁଭାରମ୍ଭ କରିବେ ।
ଏଥିପାଇଁ ଇଚ୍ଛାପାଲି ପଡ଼ିଆରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଧାନବିକ୍ରିରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now