ପରଦାକୁ ଆସୁଛି ବାଗି -୪ । ଦୀର୍ଘ ୫ ବର୍ଷ ପରେ ପୁଣି ବଡପରଦାରେ ରିଲିଜ ହେବ ବାଗି -୪। ବଲିଉଡ ସୁପରଷ୍ଟାର ଟାଇଗର ଶ୍ରଫଙ୍କ ବାଗି ଲୁକ ପୁଣି ଥରେ ଦେଖିବାକୁ ପାଇବେ ଦର୍ଶକ। ଯାହାକୁ ଦେଖିବାକୁ ଲୋକଙ୍କ ମନରେ ଭରିରହିଛି ଉତ୍କଣ୍ଠା। କିଛି ଦିନ ପୂର୍ବରୁ ବଲିଉଡ ଅଭିନେତା ଟାଇଗର ଏହି ଫିଲ୍ମର ଲୁକ ସୋସିଆଲ ମିଡିଆରେ ସେୟାର କରିଥିଲେ। ହେଲେ ଏବେ ଏକ ନୂଆ ଝଲକ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ମୁଖ୍ୟ ଖଳନାୟକ ସାଜିଥିବା ସଞ୍ଜୟ ଦତ୍ତଙ୍କୁ ନୂଆ ଲୁକରେ ଦେଖିବାକୁ ପାଇବେ ଦର୍ଶକ। ସୁଧୀର ବାବୁ, ମନୋଜ ବାଜପେୟୀ, ଏବଂ ଜୟଦୀପ ଅହଲୱାଟଙ୍କ ପରେ ବର୍ତ୍ତମାନ ସଞ୍ଜୟ ଦତ୍ତ ଜଣେ ଭିଲିଆନ ରୂପରେ ପ୍ରବେଶ କରିଛନ୍ତି। ସୋମବାର ସଞ୍ଜୟଙ୍କ ଏକ ପୋଷ୍ଟର ସେୟାର କରି ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି। ଅଭିନେତା ସଞ୍ଜୟଙ୍କ ପୋଷ୍ଟରରେ ଏଭଳି ଲୁକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ବଲିଉଡ ଅଭିନେତା ଟାଇଗର ଶ୍ରଫ ବାଗୀ ଅବତାର ଦୀର୍ଘ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଆସୁଛି। ଖୁବଶୀଘ୍ର ସିନେମା ହଲରେ ଚଳଚ୍ଚିତ୍ରଟି ରିଲିଜ ହେବ ବୋଲି ସୂଚନା ମିଳିଛି। ଏହି ଫିଲ୍ମ ବିଷୟରେ ନିଜେ ଏକ ପୋଷ୍ଟର ସେୟାର କରିଥିଲେ। ସୁପରଷ୍ଟାର ଟାଇଗର ତାଙ୍କର ଏକ ଲୁକ ସେୟାର କରିଥିଲେ। ସେପଟେ ଫିଲ୍ମ ନିର୍ମାତା ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଝଲକ ସେୟାର କରି ଦର୍ଶକଙ୍କ ମଧ୍ୟରେ ଆହୁରି ଉତ୍କଣ୍ଠା ବଢାଇ ଦେଇଥିବା ଜଣାପଡିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରି ଲୋକଙ୍କ ମଧ୍ୟରେ ଏକ୍ସସାଇଟମେଣ୍ଟ ବଢାଇ ଦେଇଛନ୍ତି। ତେବେ କିଏ ସେ ମୁଖ୍ୟ ଖଳନାୟକ ଯିଏ କି ଏହି ଫିଲ୍ମରେ ଟାଇଗରଙ୍କ ସହ ବଡପରଦାରେ ଟକ୍କର ଦେବ।
ସାଜିଦ ନାଦିଆୱାଲାଙ୍କ ଦ୍ୱାରା ପ୍ରଯୋଜନାରେ ନିର୍ମିତ ବାଗୀ ଚଳଚ୍ଚିତ୍ରର ୩ଟି ପାର୍ଟ ଏ ପର୍ଯ୍ୟନ୍ତ ଆସିସାରିଛି। ପ୍ରତ୍ୟକ ଭାଗରେ ଟାଇଗର ଶ୍ରଫ ଏକ ବିପଦ ଜନକ ଭାବରେ ଥିବା ଦେଖିବାକୁ ମିଳିଛି। ଯେଉଁଥିରେ ତାଙ୍କ ଉପରେ ଅଧିକ ବିପଦ ଥିବା ଅନୁମାନ କରାଯାଉଛି। ଏହି ପୋଷ୍ଟରକୁ ଦେଖିଲେ ଲାଗୁଛି ସତେ ଯେମିତି ଚଳିତ ଥର ତାଙ୍କ ପାଇଁ ଚ୍ୟାଲେଞ୍ଜ ବହୁତ ବଡ ଥିବାବେଳେ ଟାଇଗର , ସଞ୍ଜୟ ଦତ୍ତଙ୍କ ସହ କଡା ଟକ୍କର ଦେବେ। ତେବେ ଦର୍ଶକ କାହାକୁ ପସନ୍ଦ କରୁଛନ୍ତି ତାକୁ ହିଁ ଅପେକ୍ଷା।
Naxatra News is now on Whatsapp
Join and get latest news update delivered to you via whatsapp
Join Now