ମା ବିରଜା ହାଟ ବିବାଦର ପଡ଼ିଲା ପୂର୍ଣଛେଦ

 ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପ୍ରକଳ୍ପ ଓ ବିରଜା ହାଟ ବିବାଦ ପ୍ରସଙ୍ଗରେ ଏବେ ପଡ଼ିଲା ପୂର୍ଣଛେଦ । ସମ୍ମିଳନୀ କକ୍ଷରେ ଉଭୟ ପକ୍ଷକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ ନିଷ୍ପତ୍ତି ନେଇଛନ୍ତି। ୧୧ ମାସ ତଳେ ସନ୍ଥମାଧବକୁ ସ୍ଥାନାନ୍ତାର ହୋଇଥିଲା ବିରଜା ହାଟ । ସୂଚନାଅନୁଯାଇ ପୁରୁଣା ସ୍ଥାନକୁ ଫେରିବା ପାଇଁ ଚାଷୀ,ବ୍ୟବସାୟୀ ଦାବି କରିଥିଲେ । ବୈଠକରେ ବିରଜା ମାଙ୍କ ସେବାୟତ, ଚାଷୀ, ହାଟ ବ୍ୟବସାୟୀ, ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ। ପ୍ରକଳ୍ପ କାମ ତ୍ୱରାନ୍ୱିତ ହେବା ସହ ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ। ତେବେ ଆବଶ୍ୟକ ପଡିଲେ ଅଧିକ ଜମି ଅଧିଗ୍ରହଣ କରାଯିବ। ପ୍ରକଳ୍ପ ଏରିଆ,ହାଟ ଓ ଜାଗା ମଝିରେ ଗାଡି ପାର୍କିଂର ବ୍ୟବସ୍ଥା କରାଯିବ। ହାଟକୁ ମଧ୍ୟ ହାଇଟେକ୍ ହାଟ ଭାବେ ପ୍ରସ୍ତୁତ କରାଯିବ। ହାଟରେ ଅସ୍ଥାୟୀ ସିମେଣ୍ଟ ପିଣ୍ଡି ଦୋକାନ ଘର କରାଯାଇ ଚାଷୀ  ଓ ବ୍ୟବସାୟୀଙ୍କୁ ଥଇଥାନ କରାଯିବ । ହାଟରେ ଶୌଚାଳୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଆସନ୍ତା ସୋମବାର ଠାରୁ ହାଟ ଚାଲୁ ହେବ। ଏଥିସହିତ ପ୍ରକଳ୍ପ କାମ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ଆବଶ୍ୟକ ସ୍ଥଳେ ଅଧିକ ଜମି ଅଧିଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଲୋଚନା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ଯୋଗ୍ୟ ବିରଜା ମାଙ୍କ ପ୍ରକଳ୍ପ ସହ ପୁରୁଣା ହାଟକୁ ନେଇ ଦୀର୍ଘ ଦିନଧରି ବିବାଦ ଲାଗିରହିଥିଲା। ତେବେ ଉଭୟ ପକ୍ଷଙ୍କୁ ନେଇ ଆଲୋଚନା କରିବା ପରେ  ବିବାଦର ଏକ ପ୍ରକାର ସ୍ଥାୟୀ ସମାଧାନ କରାଯାଇଛି। ପ୍ରଶାସନିକ ନିଷ୍ପତ୍ତି ପରେ ବିବାଦର ପୂର୍ଣ୍ଣଛେଦ ପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *