ନୂଆ ବର୍ଷରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ଲାଟଫର୍ମ ଅନୁଯାୟୀ କରାଯାଇଛି।ନାଟ୍ୟ ମଣ୍ଡପ ଗରୁଡ ସ୍ତମ୍ବଠୁ ଆରମ୍ଭ କରି ବାହାର କାଠ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ଠିଆ ହେଲେ ବି ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କିପରି କରାଯିବ ସେ ନେଇ ବ୍ୟବସ୍ଥା କରାଯାଇଛି। ନୂଆ ବର୍ଷରୁ ଆରମ୍ଭ ହେବ ଏବଂ ଆଗାମୀ ଦିନରେ କିପରି ସବୁ ଦିନ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା। ଭକ୍ତ ମାନେ ଗୋଟେ ପଟେ ପଶିବେ ଗୋଟେ ପଟେ ବାହାରିବେ। ଠେଲା ପେଲା ହୋଇ କୌଣସି ଭକ୍ତ ଫେରିବେନି। ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ।ଏନେଇ ସମସ୍ତଙ୍କ ସହଯୋଗ ଲୋଡିଲେ ଆଇନମନ୍ତ୍ରୀ।
ଅନ୍ୟପଟେ ପରିକ୍ରମା ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ ହେବ। ପୁରୁଣା ଡିଜାଇନ ରେ କିଛି ଆଡ଼ କରାଯାଇ ନୂଆ ଡିଜାଇନ ପ୍ରସ୍ତୁତ ହେବ। ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ଏ ନେଇ ବିଚାର ବିମର୍ଶ ଚାଲିଛି। ବିଶେଷ କରି କୃତ ଯଜ୍ଞ , ଅନ୍ନ ଯଜ୍ଞ , ଜ୍ଞାନ ଯଜ୍ଞ ମଣ୍ଡପ ପାଇଁ ବି ବ୍ୟବସ୍ଥା ହେବ। ଆଲୋଚନା ଚାଲିଛି ଖୁବ୍ ଶୀଘ୍ର ସଠିକ୍ ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ। ଦୁଇ ତିନି ମାସ ମଧ୍ୟରେ ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ନୂଆ ବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ। ଅବକାରୀ ପଲିସି ନ ମାନିଲେ କାର୍ଯାନୁଷ୍ଠାନ ହେବ। ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯାନୁଷ୍ଠାନ ହେବ। ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ। ଯିଏ ବି ଏଥିରେ ଜଡ଼ିତ ହେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now