ସୋମବାର ଠାରୁ ସାତକୋଶିଆରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଏଥିପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। କୁମ୍ଭୀର ଗଣନା ପାଇଁ ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ। ଏହାସହ ନଦୀରେ ମାଛ ଧରିବା ପାଇଁ ମସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି । ୬, ୭ ଏବଂ ୮ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା ହେବାକୁ ଥିବାବେଳେ, ସାତକୋଶିଆର ମହାନଦୀ ଏବଂ ଅନ୍ୟାନ୍ୟ ଜଳାଶୟରେ ଗଣନା କାର୍ଯ୍ୟ ହେବ । ଏଥିପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ ହେବାରଳ କାର୍ଯ୍ୟକ୍ରମ ରହିଛି । ପ୍ରତି ସେକ୍ଟରରେ ୫ଜଣ କର୍ମଚାରୀ ନିୟୋଜିତ ହେବାକୁ ଥିବାବେଳେ ମୋଟ ୭୦ ଜଣ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହେବା ନେଇ DFO ସୂଚନା ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now