ଅଦରକାରୀ ଜିନିଷ ପାଉଛନ୍ତି ଜୀବନ୍ତ ରୂପ, ମନ ମୋହୁଛି ଚିତ୍ରକଳା

ଦିନ ଯାହା ସମସ୍ତଙ୍କ ପାଇଁ ଅଦରକାରୀ ଥିଲା, ତାହା ଆଜି ଦରକାରୀ ସାମଗ୍ରୀର ପରିଣତ ହୋଇପାରିଛି ।  ଆଉ ଏହାକୁ କରି ଦେଖାଇଛନ୍ତି ଯାଜପୁର ପୌରପାଳିକା ଶ୍ରୀରାମପୁର ଅଞ୍ଚଳର ରାମକୃଷ୍ଣ ମିଶ୍ରଙ୍କ ପତ୍ନୀ ସୁପ୍ରଭା ସାହୁ । ଛୋଟ ବେଳରୁ ଚିତ୍ର ପ୍ରତି ଥିଲା ପ୍ରବଳ ଦୁର୍ବଳତା। ବିବାହ ପରେ ଘରର ନିତ୍ୟକାର୍ଯ୍ୟ ସାରି ସମୟ ବାହାର କରି  ଏଭଳି ଚିତ୍ର କଳାରେ ଲାଗି ପଡିଛନ୍ତି l ଦୀର୍ଘ ଦିନ ହେବ ସେ ବିଭିନ୍ନ ଅଦରକାରୀ ଜିନିଷରୁ ପ୍ରସ୍ତୁତ କରୁଛନ୍ତି ଦରକାରୀ ଜିନିଷ । ଯାହାକୁ ଦେଖିଲେ କେହି ଘଡିଏ ଅଟକି ଯିବ । ଆଖପାଖରେ ମିଳୁଥିବା ଅଦରକାରୀ ଜିନିଷକୁ ବ୍ୟବହାର କରି ଭଳିକି ଭଳି ସୁନ୍ଦର ଜିନିଷ ପ୍ରସ୍ତୁତ କରିବାକୁ ସକ୍ଷମ ହେଉଛନ୍ତି ସୁପ୍ରଭା ସାହୁ । ତାଙ୍କର ଏଭଳି ଉଦ୍ୟମ ଫଳରେ ପରିବଶକୁ ରକ୍ଷା କରାଯାଇପାରୁ ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବର୍ଜ୍ୟବସ୍ତୁକୁ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ଦ୍ୱାରା ପରିବଶ ପ୍ରଦୂଷଣକୁ ରୋକାଯାଇପାରୁଛି । ସୁପ୍ରଭାଙ୍କ ଏଭଳି ନିଆରା କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଘରର ଆଖପାଖ ଏବଂ ରାସ୍ତାଘାଟରୁ ମିଳୁଥିବା ପ୍ଲାଷ୍ଟିକ ଓ କାଚ ବୋତଲ, ଔଷଧ ଖୋଳ, ନଡିଆ ସେଢ଼ଇ, ଦୀପ, ପ୍ଲାଷ୍ଟିକ ଚା କପ, କଉଡି, କାଗଜ, ବାଦାମ ଚୋପା ସହ ଘରର ଅଦରକାରୀ ଜନିଷକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଚିତ୍ରରେ ସଜାଇ ସମସ୍ତଙ୍କ ଦୃଷ୍ଟି ଆକଷର୍ଣ କରିପାରିଛନ୍ତି ସୁପ୍ରଭା । ବର୍ତ୍ତମାନ ସୁଦ୍ଧା ସେ ଶତାଧିକ ଚିତ୍ରକଳା ପ୍ରସ୍ତୁତ କରିପାରିଛନ୍ତି ।  ଅଧିକାଂଶ ଚିତ୍ରରେ ସେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଥିବା ଦେଖିବାକୁ ମିଳେ ।  ନିଜ ଦ୍ୱାରା ପ୍ରସ୍ତୁତି ହୋଇଥିବା ଜିନିଷରେ କିଛି ଅର୍ଥ ରୋଜଗାର କରିବା ସହିତ ସେ ନିଜ ଘର ସଜାଇବା ଓ ଅନ୍ୟ ମାନଙ୍କୁ ଉପହାର ମଧ୍ୟ ଦେଉଛନ୍ତି । ପରିବେଶକୁ ସୁରକ୍ଷା କରିବା ପାଇଁ ସୁପ୍ରଭାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଉଦ୍ୟମକୁ ଯଦି ସମସ୍ତେ ଗ୍ରହଣ କରନ୍ତେ, ତାହେଲେ ଅନେକ ପ୍ରଦ୍ୟୁଷଣକୁ ରୋକାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *