ଭାରତରେ ଏଣ୍ଟ୍ରି ମାରିଛି ଏଚଏମପିଭି ଭାଇରସ। ବେଙ୍ଗାଲୁରୁରେ ଏଚଏମପିଭି ଭାଇରସ ଚିହ୍ନଟ ହୋଇଛି। HMPV ଭାଇରସକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, HMPV ଭାଇରସ ଓଡ଼ିଶାରେ ଚି଼ହ୍ନଟ ହୋଇନାହିଁ । କେନ୍ଦ୍ର ର ଗାଇଡ଼ଲାଇନ କୁ ଅପେକ୍ଷା କରିଛୁ । ଆମେ ପ୍ରସ୍ତୁତ ଅଛୁ, କିଛି ଡରିବାର ନାହିଁ । କେନ୍ଦ୍ରରୁ ପ୍ରେସ ରିଲିଜ ଆସିଛି । 2 ଟି କେଶ କର୍ଣ୍ଣାଟକରେ ହୋଇଛି । ଦୁଇଟି ଛୁଆଙ୍କ ଦେହରେ ଚିହ୍ନଟ ହୋଇଛି । ଥଣ୍ଡା କାଶ ଲକ୍ଷଣ ପ୍ରକାଶ ପାଇଛି । 65 ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଠାରେ ବେଶୀ ଦେଖାଦିଏ । 2 ଟି କେଶରେ ବିଦେଶୀ ପରିଭ୍ରମଣର ରିପୋର୍ଟର ନାହିଁ । 2001 ମସିହା ରୁ ଏ ଭୁତାଣୁ ଅଛି ଆମେ ସର୍ଭିଲାନ୍ସ ବଢ଼େଇଛୁ । ବେସି କେଶ ହେଲେ ପଦକ୍ଷେପ ନିଆଯିବ । ପରୀକ୍ଷା କରିବୁ । ଏମ୍ସ ପ୍ରସ୍ତୁତ ଅଛି ପରୀକ୍ଷା ପାଇଁ । ଜନ ସାଧାରଣ ସତର୍କ ହୁଅନ୍ତୁ । ଥଣ୍ଡା କାଶ ହେଲେ ପରୀକ୍ଷା କରନ୍ତୁ । ଯାହାକୁ ଥଣ୍ଡା ହୋଇଛି ତା ସଂସ୍ପର୍ଶ ରେ ଆସିବେ ନାହିଁ ବୋଲି ସତର୍କ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନୀଳକଣ୍ଠ ମିଶ୍ର ।
Naxatra News is now on Whatsapp
Join and get latest news update delivered to you via whatsapp
Join Now