ପ୍ରବାସୀଙ୍କ ମହାମିଳନ

ବହୁ ଆଡମ୍ବରରେ ଜନତା ମଇଦାନରେ ଆରମ୍ଭ ହେଲା ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ। ଦୁଇ କେନ୍ଦ୍ରମନ୍ତ୍ରୀ ଏସ.ଜୟଶଙ୍କର, ମନସୁଖ ମାଣ୍ଡଭିୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ସମ୍ମଳନୀ। ଯୁବ ସମାବେଶରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଦିବସର ବିଷୟ ବସ୍ତୁ ରହିଛି ‘ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଅଜସ୍ର ସ୍ନେହ ଏବଂ ଶ୍ରଦ୍ଧାର ସହ ଆପଣ ମାନଙ୍କ ଅପେକ୍ଷାରେ ଥିଲୁ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି । ଭୁବନେଶ୍ଵର ପାଇଁ ଆଣିଛି ଖୁସିର ଲହରୀ । ଏହି କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ । ପ୍ରବାସୀ ମାନେ ଆମ ସାଂସ୍କୃତିକ ଆମ୍ବାସଡର, ଆମର ଗର୍ବ । ଆମର ବିଶ୍ବାସ ଏହି ଅନୁଭୂତିକୁ ବିଶ୍ଵ ଦରବାରରେ ପହଞ୍ଚାଇବେ । ଏହା ମଧ୍ୟ କହିଛନ୍ତି ଓଡିଶାର ସଂସ୍କୃତି ଓ ଐତିହ୍ୟ ସ୍ଵତନ୍ତ୍ର । ସେହିପରି ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ ବୋଲି କହିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ପ୍ରବାସୀ ଭାରତୀୟ ଦେଶର ବିକାଶରେ ଭାଗିଦାରୀ ଦେବା ଜରୁରୀ । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ୍. ଜୟଶଙ୍କର କହିଥିଲେ ଭାରତ ସହ ପ୍ରବାସୀ ମାନଙ୍କର ସହଭାଗିତା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବ ।

ଆସନ୍ତାକାଲି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବାସୀ ଭାରତୀୟ ମହାକୁମ୍ଭରେ ରାମାୟଣ କଥାକୁ ମଧ୍ୟ ପ୍ରଧାନମନ୍ତ୍ରୀ  ଉଦ୍ଘାଟନ କରିବେ ବୋଲି ଆଇସିସି ର ଡିଜି ନନ୍ଦିନୀ ସିମ୍ଲା କହିଛନ୍ତି। ବିକଶିତ ଭାରତ ୨୦୪୭ ସଂପର୍କରେ ପ୍ରବାସୀଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଭିନ୍ନ ସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷମାନେ ପ୍ରବାସୀଙ୍କ ସହ ଆଲୋଚନାର ରହିଛି କାର୍ଯ୍ୟକ୍ରମ।  ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ ୭୦ରୁ ଅଧିକ ଦେଶରୁ ମୂଳ ପ୍ରବାସୀ ଭାରତୀୟ ଆସିଛନ୍ତି । ସେମାନେ ଡବଲ ଡେକର୍ ବସ୍ ରେ ଯାଜପୁର, କଟକ, ଭୁବନେଶ୍ୱର ଏବଂ ପୁରୀର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ। ଏହାକୁ ନେଇ ରାଜଧାନୀରେ ଉତ୍ସବର ମାହୋଲ ଖେଳିଯାଇଛି। ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି। ଓଡ଼ିଶାର ଭବ୍ୟ ଆୟୋଜନ ଆତିଥ୍ୟତା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଆନନ୍ଦିତ ଆଗନ୍ତୁକ । ଅନେକ ପ୍ରବାସୀ ଓଡ଼ିଆ ନିଜ ମାଟି କୁ ଆସିଥିବା ରୁ ବେଶ ଖୁସି ଓ ଆନନ୍ଦିତ । ତିନିଦିନ ଯାଏ ଓଡ଼ିଶାରେ ଏକାଠି ହେବେ ପ୍ରବାସୀ ଭାରତୀୟ, ପାଳନ ହେବ ପ୍ରବାସୀ ଭାରତୀୟ ଦିବସ । ଅନୁଭବ ଏବଂ ଅନୁଭୂତିର କଥା କହିବେ । ବିକଶିତ ଭାରତ ପରିକଳ୍ପନାରେ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିବେ । ଏହି ଅବସରରେ ଭୁବନେଶ୍ଵରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ବିକଶିତ ଓଡ଼ିଶା ୨୦୩୬ ର ଭିଜନ ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ ଗୋଟେ ମାଇଲ ଖୁଣ୍ଟ ହେବ ବୋଲି କୁହାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *