ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାମଗଡ-ବୋକାରୋ ରାସ୍ତାର ଗୋଲା ତିର୍ଲା ନିକଟରେ ଏହି ଦୁର୍ଘଟଣା ଘଟିଛି। ଗଡବିଲ ମିଶନ ସ୍କୁଲ ପିଲାମାନଙ୍କୁ ନେଇ ଅଟୋ ଯାଉଥିବା ବେଳେ ତିର୍ଲା ନିକଟରେ ଧକ୍କା ଦେଇଥିଲା ଏଲପି ଟ୍ରକ । ଘଟଣାସ୍ଥଳରେ ୩ ଜଣ ପିଲାଙ୍କ ସହ ଅଟୋ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏଥିସହ ଟ୍ରକ ଓ ୧୧ ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି। ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣାରେ ଏକ ଡ଼ଜନରୁ ଅଧିକ ଆହତ ହୋଇଥିବା ବେଳେ ଶିଶୁ ଆହତଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେପଟେ ଘଟଣାସ୍ଥଳରେ ଏକାଧିକ ଲୋକ ଏକଜୁଟ ହୋଇଥିବା ବେଳେ ଯାନବାହନ ଚଳଚଳରେ ବାଧାପ୍ରାପ୍ତ ହୋଇଥିଲା । ଏନେଇ ସୂଚନା ପାଇ ରାମଗଡ ବିଧାୟକ ମମତା ଦେବୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now