HMPV ଭାଇରସ୍‌କୁ ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

HMPV ଭାଇରସ୍‌କୁ ନେଇ ବୁଧବାର ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୁଧବାର ଦିନ ସମସ୍ତ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତି ନେଇ ଆଲୋଚନା କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଭୂତାଣୁ ନେଇ କେନ୍ଦ୍ର ଗାଇଡଲାଇନକୁ ଅପେକ୍ଷା କରାଯାଇଛି । ଗାଇଡ ଲାଇନ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ରାଜ୍ୟ ସରକାର । ଏଯାଏଁ କେନ୍ଦ୍ର ନିକଟରୁ କୌଣସି ଗାଇଡଲାଇନ ଆସିନି । କେନ୍ଦ୍ର ଓ NCDCର ବୈଷୟିକ ପରାମର୍ଶଦାତା କମିଟିର ନିର୍ଦେଶକୁ ଅପେକ୍ଷା କରାଯାଇଛି । HMPV ଭୂତାଣୁ ସଂକ୍ରମଣରେ ଥଣ୍ଡା, ଜ୍ୱର, କାଶ ସହ ନିମୋନିଆ ହେଉଛି । କୋଭିଡ ସମୟରରୁ ଆମ ରାଜ୍ୟରେ ଏଭଳି ସଂକ୍ରମଣର ପରୀକ୍ଷା ଓ ଚିକିତ୍ସା ସବୁ ବ୍ୟବସ୍ଥା ଅଛି । ଆମେ ପ୍ରସ୍ତୁତ ଅଛୁ । ଜିଲ୍ଲାଗୁଡିକୁ survelliance ନିର୍ଦେଶ ଦିଆଯାଇଛି । ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ଔଷଧ ଓ ଆକ୍ସିଜେନ ମହଜୁଦ ଅଛି ବୋଲି କହିଛନ୍ତି ରାଜ୍ୟ ସ୍ବସ୍ଥ୍ୟ ବଭାଗ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *