ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଖବର । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ MOU। ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ମାଧଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି MOU ସ୍ୱାକ୍ଷରିତ ହୋଇଛି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ମିଳିବ ସ୍ବାସ୍ଥ୍ୟସେବା । ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କହିଲେ ୱାନ୍ ନେସନ୍ ୱାନ ହେଲଥ କାର୍ଡ । ଏହି କାର୍ଡ ୩୦ ହଜାର ଡାକ୍ତରଖାନା ସହ ଅନୁବନ୍ଧିତ ରହିଛି । ସାରା ଭାରତରେ ଏହି କାର୍ଡ କାର୍ଯ୍ୟକାରୀ ହେବ । ବର୍ଷକୁ ମିଳିବ ୫ ଲକ୍ଷ ଟଙ୍କାର କ୍ୟାସଲେସ ସ୍ୱାସ୍ଥ୍ୟସେବା । ଏହା ଦ୍ବାରା ଓଡ଼ିଶାର ଏକ କୋଟି ପରିବାର ଉପକୃତ ହେବେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now